ବାଣିଜ୍ୟ

ଗାଡ଼ି ପଞ୍ଜୀକରଣ ବେଳେ ନୋମିନିଙ୍କ ନାମ ଦେବାକୁ ପଡ଼ିବ

ସତ୍ୟଶିଖା (ନୂଆଦିଲ୍ଲୀ) ୨୮/୧୧/୨୦୨୦ : ଗାଡ଼ି କିଣିବା ବେଳେ ଜଣଙ୍କୁ ନୋମିନି ଭାବେ ସାମିଲ କରିବାକୁ ପଡ଼ିବ । ‌ନୋମିନିଙ୍କ ନାମ ଗାଡ଼ି ପଞ୍ଜୀକରଣ ସାର୍ଟିଫିକେଟ୍‌ରେ ରହିବ । କୌଣସି ସମୟରେ ଯଦି ଗାଡ଼ିର ପ୍ରକୃତ ମାଲିକଙ୍କ ମୃତ୍ୟୁ ହୁଏ ତେବେ ନୋମିନିଙ୍କ ଜରିଆରେ ସୁବିଧାରେ ଗାଡ଼ିର ପଞ୍ଜୀକରଣକୁ ଅନ୍ୟ ଜଣଙ୍କ ନାମକୁ ସ୍ଥାନାନ୍ତର କରାଯାଇପାରିବ । ଏହାକୁ ବିଚାରକୁ ନେଇ ଗାଡ଼ି ପଞ୍ଜୀକରଣ ବେଳେ ନୋମିନିଙ୍କ ନାମ ସାମିଲ କରିବା ଲାଗି ବ୍ୟବସ୍ଥା କରିବାକୁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପ୍ରସ୍ତାବ ଦେଇଛି ।

Show More
Back to top button