ସତ୍ୟଶିଖା (ନୂଆଦିଲ୍ଲୀ) ୦୩/୧୨/୨୦୨୦ : ଅନଲାଇନ୍ରେ ହେବନାହିଁ ସିବିଏସଇର ବୋର୍ଡ ପରୀକ୍ଷା । ୨୦୨୧ରେ ହେବାକୁ ଥିବା ପରୀକ୍ଷା ଲିଖିତ ଭାବେ ଦେବେ ଛାତ୍ରଛାତ୍ରୀ । ସିବିଏସଇ ଅଧିକାରୀ ଏ ନେଇ ସ୍ପଷ୍ଟ କରିବା ସହ କରିଛନ୍ତି ଯେ, ବୋର୍ଡ ପରୀକ୍ଷା ଅନଲାଇନ୍ରେ କରିବା ନେଇ କୌଣସି ପ୍ରସ୍ତାବ ନାହିଁ । ବୋର୍ଡ ପରୀକ୍ଷା ଗତ ବର୍ଷ ଭଳି ସାମାନ୍ୟ ଲିଖିତ ଭାବେ କରାଯିବ । ମାତ୍ର ଏପର୍ଯ୍ୟନ୍ତ ପରୀକ୍ଷା ତାରିଖ ଧାର୍ଯ୍ୟ ହୋଇନାହିଁ । ସିବିଏସଇ ଅଧିକାରୀ କହିଛନ୍ତି ଯେ, ୨୦୨୧ରେ ବୋର୍ଡ ପରୀକ୍ଷା ଅନଲାଇନ୍ରେ ନୁହେଁ ବରଂ ସାମାନ୍ୟ ଲିଖିତ ଭାବେ ହେବ ।
ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ CBSE ବୋର୍ଡ ପରୀକ୍ଷା
