ସତ୍ୟଶିଖା (ଭୁବନେଶ୍ୱର) ୦୮/୧୨/୨୦୨୦ : ଆସନ୍ତା ଶିକ୍ଷାବର୍ଷ (୨୦୨୧-୨୨)ରୁ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ସହ ଛାତ୍ରଛାତ୍ରୀଙ୍କୁ ଜଳଖିଆ ଦିଆଯିବ । ବିଦ୍ୟାର୍ଥୀଙ୍କୁ ଦୁଇଓଳି ବିଦ୍ୟାଳୟରେ ଖାଇବାକୁ ଦିଆଯିବ । ଜାତୀୟ ଶିକ୍ଷା ନୀତିରେ ଏନେଇ ପ୍ରସ୍ତାବ ରହିଛି । ଜାତୀୟ ଶିକ୍ଷା ନୀତିକୁ କେନ୍ଦ୍ର କ୍ୟାବିନେଟ୍ ପକ୍ଷରୁ ଅନୁମୋଦନ ମିଳିସାରିଛି । ରାଜ୍ୟର ବିଦ୍ୟାଳୟରେ କିଭଳି ଜଳଖିଆ ଦିଆଯିବ ସେ ଦିଗରେ କାମ ଆରମ୍ଭ ହୋଇଛି ।
ଅନ୍ୟପକ୍ଷରେ କିଚେନ୍ ଗାର୍ଡେନ୍ରୁ ମିଳୁଥିବା ପରିବା ବିଦ୍ୟାର୍ଥୀଙ୍କ ଜଳିଖିଆ ପ୍ରସ୍ତୁତିରେ ସହାୟକ ହେବା ସହ ପୃଷ୍ଟି କର ଖାଦ୍ୟ ଛାତ୍ରଛାତ୍ରୀ ପାଇପାରିବେ । ଏହାକୁ ଦୃଷ୍ଟିରେ ରଖି କିଚେନ୍ ଗାର୍ଡେନ୍ ପ୍ରକଳ୍ପକୁ ଅଧିକ କ୍ରିୟାଶୀଳ କରାଯାଉଛି ।
ସ୍କୁଲରେ ମଧ୍ୟାହ୍ନଭୋଜନ ସହ ଛାତ୍ରଛାତ୍ରୀଙ୍କୁ ମିଳିବ ଜଳଖିଆ
