ଅପରାଧନ୍ୟୁଜ୍ରାଜ୍ୟ

ନିଶାନ୍ତ ମୃତ୍ୟୁ ଘଟଣା; ଭୀମଭୋଇ ମେଡିକାଲ କଲେଜ ପହଞ୍ଚିଲା NHRC ଟିମ୍

ସତ୍ୟଶିଖା( ଭୁବନେଶ୍ୱର )୨୯.୦୬. ୨୦୨୨: ବଲାଙ୍ଗିର(ଓଡ଼ିଶା ଭାସ୍କର): ଭୀମଭୋଇ ମେଡିକାଲ କଲେଜ ଛାତ୍ର ନିଶାନ୍ତ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ପହଞ୍ଚିଛନ୍ତି NHRC ଟିମ୍। ଜୁଲାଇରୁ ୧ ପର୍ଯନ୍ତ ୪ ଦିନ ଧରି କଲେଜରେ ତଦନ୍ତ କରିବ NHRC ଟିମ୍। ଗତ ଏପ୍ରିଲ ୨୨ରେ ଛାତରୁ ପଡ଼ି ନିଶାନ୍ତଙ୍କ ମୃତ୍ୟୁ ହୋଇଥିଲା। ନିଶାନ୍ତ ପ୍ରଥମ ବର୍ଷର ଏମବିବିଏସ ଛାତ୍ର ଥିଲେ ଏବଂ ସେ ହରିୟାଣାର ବୋଲି ଜଣାପଡ଼ିଥିଲା।

ନିଶାନ୍ତ ଚାରି ମହଲା ବିଶିଷ୍ଟ ନୂଆ ବଏଜ୍ ହଷ୍ଟେଲରେ ରହୁଥିବା ବେଳେ ତାଙ୍କୁ ନିୟମିତ ଭାବରେ କରାଯାଉଥିବା ରାଗିଂରେ ଅତିଷ୍ଠ ହୋଇଯାଇଥିଲେ। ଯେଉଁଥିପାଇଁ ସେ ନିଜକୁ ହତ୍ୟା କରିଥିଲେ କିମ୍ବା ଅନ୍ୟ କେହି ତାଙ୍କୁ ଠେଲି ଦେଇଥିଲେ ବୋଲି ତାଙ୍କର ପରିବାର ଲୋକେ ଅଭିଯୋଗ କରିଥିଲେ। ଏହାପରେ କଲେଜ କତ୍ତୃପକ୍ଷ ଏକ ୧୦ ଜଣିଆ କମିଟି ଗଠନ କରି ଘଟଣାର ତଦନ୍ତ କରିବେ ବୋଲି କହିଥିଲେ।

ସେହିପରି ଘଟଣା ବିଷୟରେ ତଦନ୍ତ କରି ମୃତ ଛାତ୍ରଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଥିଲା। ଏହା ପୁର୍ବରୁ ଗତ ବର୍ଷ ଜଣେ ମହିଳା ଛାତ୍ର କଲେଜରେ ନିଜକୁ ହତ୍ୟା କରିଥିଲେ। କଲେଜ ମାତ୍ର ଚାରି ବର୍ଷ ପୁରୁଣା ହୋଇଥିବା ବେଳେ ଏହି ସମୟରେ ଏହିପରି ଦୁଇଟି ଘଟଣା ଘଟି ସାରିଲାଣି।

Show More
Back to top button