ସତ୍ୟଶିଖା (ଭୁବନେଶ୍ୱର) ୨୪ /୧୨/୨୦୨୦ : ଗୁରୁବାର ପୂର୍ବାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଛାତ୍ରଛାତ୍ରୀମାନଙ୍କ ପାଇଁ ଓଡ଼ିଶା କ୍ୟାରିଆର୍ ପୋର୍ଟାଲ୍ର ଶୁଭାରମ୍ଭ କରି କହିଲେ ଯେ ଏହି ନୂତନ ଓଡ଼ିଶା କ୍ୟାରିଅର୍ ପୋର୍ଟାଲ୍ ଏକ ଅଦ୍ୱିତୀୟ ଏବଂ ସମୟୋପଯୋଗୀ । ଯେତେବେଳେ କୋଭିଡ୍-୧୯ ମହାମାରୀ ଦ୍ୱାରା କବଳିତ, ପୂର୍ବର ଶିକ୍ଷା ବ୍ୟବସ୍ଥାରେ ଏକ ଜରୁରୀକାଳୀନ ସହାୟତା ରୂପେ ଶିକ୍ଷାର୍ଥୀମାନଙ୍କ ଦ୍ୱାରା ସେମାନେ ଅନ୍ବେଷଣ କରୁଥିବା ଆବଶ୍ୟକୀୟ ବୃତ୍ତିଗତ ଶିକ୍ଷାପ୍ରାପ୍ତି ନିମନ୍ତେ ଏକ ଯଥାର୍ଥ ସୂଚନାଦାତା ରୂପେ କାର୍ଯ୍ୟ କରିବ ।
ପୋର୍ଟାଲ୍ର ଶୁଭାରମ୍ଭ ହୋଇଛି । ଯଦ୍ଦ୍ୱାରା ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ସ୍ତରର ଶିକ୍ଷାର୍ଥୀମାନେ ନିଜର ଭବିଷ୍ୟତ ବୃତ୍ତିଗୁଡ଼ିକ ସମ୍ବନ୍ଧରେ ଜାଣିବା ସହିତ ତତ୍ସମ୍ବନ୍ଧୀୟ ବିଶେଷଜ୍ଞ ପରାମର୍ଶ ମଧ୍ୟ ପାଇପାରିବେ । ନିଜର ଲଗ୍ଇନ୍ ଆଇଡି ଏବଂ ପାସ୍ୱାର୍ଡ ମାଧ୍ୟମରେ www.odishacareerportal.com କୁ ଲଗ୍ଇନ୍ କରି ସେମାନେ ଏହି ସହାୟତା ପାଇପାରିବେ ।
ଓଡ଼ିଶା କ୍ୟାରିଅର୍ ପୋର୍ଟାଲ୍ ରୁ ଛାତ୍ରଛାତ୍ରୀ ପାଇପାରିବେ କ୍ୟାରିୟର ସଂପର୍କୀତ ସୂଚନା
