ନ୍ୟୁଜ୍ରାଜ୍ୟ

୧୨ ପୁଲିସ ଜିଲାରେ ନିୟୋଜିତ ହେବେ ଛାତ୍ର ଟ୍ରାଫିକ୍‌ ସ୍ଵେଚ୍ଛାସେବୀ

ସତ୍ୟଶିଖା (ଭୁବନେଶ୍ୱର) ୧୬.୧୨.୨୦୨୧: ଟ୍ରାଫିକ୍‌ ନିୟନ୍ତ୍ରଣରେ ପୁଲିସକୁ ସହଯୋଗ କରିେବ ଛାତ୍ର ଟ୍ରାଫିକ୍‌ ସ୍ବେଛାସେବୀ (ଏସଟିଭି)। ଛାତ୍ର ଟ୍ରାଫିକ୍‌ ସ୍ବେଛାସେବୀ ବୃତ୍ତି ଯୋଜନା (ଏସଟିଭିଏସଏସ)ରେ ଏମାନଙ୍କୁ ନିୟୋଜିତ କରାଯିବ। କମିସନରେଟ ପୁଲିସ ସମେତ ରାଜ୍ୟର ୧୨ଟି ପୁଲିସ ଜିଲାରେ ଏମାନଙ୍କୁ ନିୟୋଜିତ କରାଯିବ। ଏମାନଙ୍କ ଲାଗି ଅବଶ୍ୟକ ଅର୍ଥ ରାଜ୍ୟ ସଡ଼କ ସୁରକ୍ଷା ପାଣ୍ଠିରୁ ବ୍ୟୟ କରାଯିବ। ୧୨ଟି ଜିଲା ପାଇଁ ୮୫୫ଟି ଏସଟିଭି ମଞ୍ଜୁର କରାଯାଇଛି। ଏମାନେ ଟ୍ରାଫିକ୍‌ ନିୟନ୍ତ୍ରଣ ଓ ପରିଚାଳନାରେ ପୁଲିସକୁ ସହଯୋଗ କରିବେ। ଜଣେ ଏସ୍‌ଟିଭି ଦୈନିକ ସର୍ବାଧିକ ୩ଘଣ୍ଟା କାମ କରିେବ ଏବଂ ଏଥିପାଇଁ ତାଙ୍କୁ ୧୦୦ ଟଙ୍କା ପ୍ରଦାନ କରାଯିବ। ଏହାବାଦ୍‌ ସେମାନଙ୍କୁ ପୋଷାକ ବାବଦରେ ବାର୍ଷିକ ୧୫୦୦ ଟଙ୍କା ପ୍ରଦାନ କରାଯିବ। ଏମାନଙ୍କ ଲାଗି ଗୋଷ୍ଠୀ ବୀମା (ଗ୍ରୁପ୍‌ ଇନସ୍ୟୁରାନ୍ସ)ର ମଧ୍ୟ ବ୍ୟବସ୍ଥା ରହିଛି। ଏହି ଯୋଜନା ପାଇଁ ବାର୍ଷିକ ୩.୨୦ କୋଟି ଟଙ୍କାର ବ୍ୟୟ ଆକଳନ କରାଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ପୁଲିସ ଜିଲାରେ ଏସ୍‌ଟିଭି ନିଯୁକ୍ତି ପାଇଁ ଅନୁମତି ପ୍ରଦାନ କରାଯିବ। ସଡ଼କ ସୁରକ୍ଷା ପାଣ୍ଠି ବାବଦରେ ରାଜ୍ୟ ସରକାର ୨୦େକାଟି ଟଙ୍କାର ଆର୍ଥିକ ବ୍ୟବସ୍ଥା କରିଛନ୍ତି। ଏସ୍‌ଟିଭିଏସଏସ ବ୍ୟତୀତ ଆଗାମୀ ଦିନରେ ଦୁର୍ଘଟଣାପ୍ରବଣ ସ୍ଥାନରେ ସିସିଟିଭି ଲଗାଯିବା ଯୋଜନା ରହିଛି।

Show More
Back to top button