ନବୀନ ନିବାସ ଆଗରେ ଛାତ୍ରଛାତ୍ରୀଙ୍କ ପ୍ରତିବାଦ

ସତ୍ୟଶିଖା(ଭୁବନେଶ୍ୱର) ୨୦.୦୪.୨୦୨୧: କରୋନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦଶମ ଓ ଯୁକ୍ତ ଦୁଇ ପରୀକ୍ଷାକୁ ସ୍ଥଗିତ ରଖିଥିବା ବେଳେ ଆଜି ନବୀନ ନିବାସ ଆଗରେ ପ୍ରତିବାଦ କରିଛନ୍ତି ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ। ପରୀକ୍ଷା ଦ୍ୱନ୍ଦ୍ୱ ଦୂର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ କରିବା ପାଇଁ ସେମାନେ ନବୀନ ନିବାସ ସାମ୍ନାରେ ପହଞ୍ଚିଛନ୍ତି। ବର୍ତ୍ତମାନ ସ୍ଥିତିକୁ ଦେଖି ପରୀକ୍ଷା ବାତିଲ କରିବା ପାଇଁ ସେମାନେ ଦାବି କରିଛନ୍ତି। ଏହି ଛାତ୍ରଛାତ୍ରୀମାନେ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଭେଟି ପରୀକ୍ଷା ଦ୍ୱନ୍ଦ୍ୱ ଦୂର କରିବାକୁ ବି ଦାବି କରିଛନ୍ତି।

Exit mobile version