ସତ୍ୟଶିଖା( ସମ୍ବଲପୁର)୦୬.୦୫.୨୦୨୨ : ବୁର୍ଲା ଭିସୁଟ୍ରେ ଜୋର ଧରିଛି ଛାତ୍ର ଅଶାନ୍ତି । ତୃତୀୟ ଓ ପଞ୍ଚମ ସେମିଷ୍ଟର ଅଫଲାଇନ୍ ପରୀକ୍ଷା ପାଇଁ ବାହାରିଥିବା ବିଜ୍ଞପ୍ତିକୁ ବିରୋଧ କରି ଛାତ୍ରଛାତ୍ରୀମାନେ ଆନ୍ଦୋଳନ ଚଳାଇଛନ୍ତି । ଅନଲାଇନ୍ ପରୀକ୍ଷା କରାଯାଉ କିମ୍ବା ବିନା ପରୀକ୍ଷାରେ ମାର୍କ ପାଇବାକୁ ଛାତ୍ରଛାତ୍ରୀ ଦାବି କରିଥିବା ବେଳେ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା ଚଳାଇଛନ୍ତି କଲେଜ କର୍ତ୍ତୃପକ୍ଷ ।
ନିଜ ଜିଦ୍ରେ ଅଟଳ ଥିବା ଛାତ୍ରଛାତ୍ରୀ ଗତକାଲିଠାରୁ ଧାରଣାରେ ବସିଛନ୍ତି। ରାତିରେ ମଧ୍ୟ ଛାତ୍ରଛାତ୍ରୀ ଧାରଣାରେ ବସିଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡ଼ିଛନ୍ତି। ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଗତ ରାତିରେ କୁଳପତି, କୁଳସଚିବ ଏବଂ ବରିଷ୍ଠ ପୁଲିସ୍ ଅଧିକାରୀ ପହଞ୍ଚି ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ମାତ୍ର କୌଣସି ନିଷ୍କର୍ସ ବାହାରି ପାରି ନାହିଁ। ଫଳରେ ଏବେ ବି ଛାତ୍ରଛାତ୍ରୀମାନେ ଆନ୍ଦୋଳନ ଜାରି ରଖିଛନ୍ତି।