ଦୁର୍ଘଟଣାନ୍ୟୁଜ୍ବିଦେଶ

ଇରାନରେ ଶକ୍ତିଶାଳୀ ଭୂକମ୍ପ ; ୫ ମୃତ,୪୪ ଆହତ

ସତ୍ୟଶିଖା( ତେହରାନ )୦୨ .୦୭ . ୨୦୨୨:  ଇରାନରେ ଶନିବାର ଏକ ବଡ ଧରଣର ଭୂକମ୍ପ ଝଟକା ଅନୁଭବ ହୋଇଛି। ଭୂକମ୍ପର ତିବ୍ରତା ଖୁବ ଅଧିକ ଥିବାରୁ କତର,ୟୁଏଇ ଓ ଚୀନ ପର୍ଯ୍ୟନ୍ତ ଏହାର ପ୍ରଭାବ ଅନୁଭବ ହୋଇଛି। ଇରାନର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭୂକମ୍ପର ତିବ୍ରତା ୬.୧ ରେକର୍ଡ କରାଯାଇଛି। ଭୂକମ୍ପରେ ପ୍ରାୟ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୪ ଜଣ ଆହତ ହୋଇଛନ୍ତି। ଭୂକମ୍ପ ବିଳମ୍ବିତ ରାତି ୧ଟା୩୨ରେ ଅନୁଭବ ହୋଇଛି। ରିପୋର୍ଟ ଅନୁଯାୟୀ, ଭୂକମ୍ପର କେନ୍ଦ୍ର ହାର୍ମୋଜଗନ ପ୍ରାନ୍ତର ନିକଟ ଦକ୍ଷିଣ -ପଶ୍ଚିମରୁ ୧୦୦ କିଲୋମିଟର ଦୂର ଓ ଭୂମି ଠାରୁ ୧୦ କିଲୋମିଟର ତଳକୁ ରହିଛି। ଏହି ଭୂକମ୍ପ ଅନୁଭବ ହେବାର କିଛି ସମୟ ପୂର୍ବରୁ ୫.୭ ତିବ୍ରତାର ଆଉ ଏକ ଝଟକା ଅନୁଭବ ହୋଇଥିଲା। ଏହାପରେ ପ୍ରାୟ ୭ଥର ଝଟକା ଅନୁଭବ ହୋଇଛି। ଭୂକମ୍ପର କେନ୍ଦ୍ର ନିକଟସ୍ଥ ସାୟେହ ଖୋଶ ଗାଁରେ ଉଦ୍ଧାର କାର୍ଯ୍ୟ ଜାରି ରଖାଯାଇଛି। ଏହି ଗାଁରେ ପ୍ରାୟ ୩୦୦ ଲୋକେ ବାସ କରନ୍ତି। ଭୂକମ୍ପ କାରଣରୁ ଅନେକ ବଡ କୋଠା,ଅଟ୍ଟାଳିକା କ୍ଷତିଗ୍ରସ୍ତ ହୋଇଛି। ଲୋକେ ଭୟଭୀତ ହୋଇ ରାସ୍ତା ଉପରକୁ ପଳାଇ ଆସିଛନ୍ତି।

Show More
Back to top button