

ସତ୍ୟଶିଖା ( ଭୁବନେଶ୍ୱର) : ଘରୋଇ ହସ୍ପିଟାଲ ଓ କ୍ଲିନିକକୁ ସାବଧାନ କଲେ ସରକାର । ହଟସ୍ପଟ ଜିଲ୍ଲାରୁ ଆସିଥିବା ରୋଗୀଙ୍କୁ ଆଡମିଟ ନକଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ଗୁରୁତର ରୋଗୀଙ୍କୁ ଚିକିତ୍ସା ନକରିବା ବେଆଇନ ଓ ନୀତି ବିରୋଧୀ ବୋଲି ଟୁଇଟ କରି କହିଛନ୍ତି ମୁଖ୍ୟ ଶାସନ ସଚିବ ।ହଟସ୍ପଟ ଜିଲ୍ଲାରୁ ଆସୁଥିବା ରୋଗୀଙ୍କୁ କିଛି ଘରୋଇ ହସ୍ପିଟାଲ ଚିକିତ୍ସା ସେବା ଯୋଗାଇନଦେବା ଅଭିଯୋଗ ହେବା ପରେ ମୁଖ୍ୟ ଶାସନ ସଚିବ ଏହାକୁ ଗୁରୁତର ସହ ନେଇ ନିର୍ଦ୍ଦେଶ ଦେଇଛନ୍ତି । ଯଦି ରାଜ୍ୟର ହଟସ୍ପଟ ଜିଲ୍ଲାରୁ ଆସୁଥିବା ରୋଗୀଙ୍କୁ କୌଣସି ହସ୍ପିଟାଲରେ ଆଡମିସନ ନକଲେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୁଖ୍ୟ ଶାସନ ସଚିବ ଟୁଇଟ କରିଛନ୍ତି ।