
ସତ୍ୟଶିଖା (ମୁମ୍ବାଇ) ୨୩/୧୧/୨୦୨୦ : ବଲିଉଡ ଅଭିନେତ୍ରୀ ସାନା ଖାନ୍, ମୌଲାନା ମୁଫତି ଅନସଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ନିକଟରେ ସେ ସୋସିଆଲ ମିଡିଆରେ ଲାଲ ଲେହେଙ୍ଗାରେ ଫଟୋ ପୋଷ୍ଟ୍ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି । ଏପରିକି ଇନଷ୍ଟାଗ୍ରାମ୍ ପ୍ରୋଫାଇଲରେ ସାନା ଖାନ୍ ନିଜ ନାଁ ବଦଳାଇ ଦେଇଛନ୍ତି । ସାନା ଖାନଙ୍କ ବିବାହ ପରେ ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା । ସାନା ଖାନ୍ ଧଳା ରଙ୍ଗର ଗାଉନ୍ ପିନ୍ଧିଥିଲେ । ସେହିପରି ରିସେପସନ୍ ପାଇଁ ସେ ଲାଲ ରଙ୍ଗର ଲେହେଙ୍ଗା କ୍ୟାରି କରିଥିଲେ । ସ୍ୱାମୀ ମୁଫତି ଅନସ୍ ଧଳା କୁର୍ତ୍ତା ପାଇଜାମା ପିନ୍ଧିଥିଲେ । ହାତରେ ମେହେନ୍ଦୀ ଏବଂ ହେଭି ଜୁଏଲାରୀ ପିନ୍ଧି ସାନା ଖାନ୍ ବହୁତ ସୁନ୍ଦର ଦେଖାଯାଉଥିଲେ ।
ବିବାହର ଫଟୋ ସେୟାର କରି ସାନା ଖାନ୍ ଲେଖିଥିଲେ ଯେ ‘ପରସ୍ପରକୁ ଭଲ ପାଇଲୁ ଅଲ୍ଲାଙ୍କ ଖାତିରରେ,ପରସ୍ପରଙ୍କୁ ବିବାହ କଲୁ ଅଲ୍ଲାଙ୍କ ଖାତିରରେ,ଦୁନିଆରେ ଅଲ୍ଲା ଆମ ଦୁଇ ଜଣଙ୍କୁ ଏକାଠି ରଖନ୍ତୁ । ସ୍ବର୍ଗରେ ଉଭୟଙ୍କୁ ପୁଣି ଥରେ ଏକାଠି କରନ୍ତୁ । ସାନା ଖାନ୍ ସୋସିଆଲ୍ ମିଡିଆରେ ମନୋରଞ୍ଜନ ଜଗତକୁ ଛାଡ଼ିବାର ଘୋଷଣା କରିଥିଲେ । ସାନା ଖାନ୍ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଲମ୍ବା ଚଉଡ଼ା ପୋଷ୍ଟ୍ ଲେଖି ପ୍ରଶଂସକଙ୍କୁ ଧନ୍ୟବାଦ କହିଥିଲେ ଏବଂ ଏହା ସହିତ ବଲିଉଡ ଛାଡ଼ିବାର କାରଣ ମଧ୍ୟ କହିଥିଲେ ।






