ସତ୍ୟଶିଖା ୧୮/୦୧/୨୦୨୧ : ମୟୂରଭଞ୍ଜ ଦିଲ୍ଲା ତିରିଂ ଥାନା ଝରାଡ଼ିଫାଣ୍ଡି ଅନ୍ତର୍ଗତ ପୋଖରୀଆ ଗ୍ରାମରେ ଏକ ଅଦ୍ଭୁତ ଛେଳି ଛୁଆ ଜନ୍ମ ହୋଇଛି । ଏହି ଛେଳି ଛୁଆର ୪ଟି ଆଖି ରହିଛି । ଗତ ଶନିବାର ରାତିରେ ଗ୍ରାମର ଜନୈକ ବାହାଦୂର ହାଁସଦାଙ୍କ ଛେଳି ଏକ ଦୁଇ ମୁଣ୍ଡିଆ ଛେଳି ଛୁଆ ଜନ୍ମ ଦେଇଥିଲା । ଛେଳିଟିର ଚାରୋଟି ଆଖି ଥିଲା । ଉକ୍ତ ଛେଳି ଛୁଆ ଦୁଇଟି ଯାକ ରଡି ଛାଡୁଥିବା ବେଳେ କ୍ଷୀର ମଧ୍ୟ ପିଉଥିବା ଦେଖିବାକୁ ମିଳିଛି । ଏହି ବିଚିତ୍ର ଛେଳିକୁ ଦେଖିବା ପାଇ ବାହାଦୂରଙ୍କ ଘରେ ଜନ ସମାଗମ ହୋଇଥିଲା । ବହୁ ଦୂରରୁ ଲୋକେ ଆସି ଏଙି ଛେଳି ଛୁଆଟିକୁ ଦେଖୁଛନ୍ତି । ତେବେ ଛୁଆଟି ଭଲ ଥିବାର ଖବର ମିଳିଛି ।
ଜନ୍ମନେଲା ଅଦ୍ଭୁତ ଛେଳି ଛୁଆ
