ସତ୍ୟଶିଖା( ଜାପାନ )୨୫.୦୫.୨୦୨୨ : ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯିଏ କି ନିଜର ଭିନ୍ନ ଭିନ୍ନ ଇଚ୍ଛା, ବ୍ୟବହାର କୁ ନେଇ ଚର୍ଚ୍ଚା କୁ ଆସିଥାନ୍ତି । ତେବେ ଜାପାନ ର ଜଣେ ବ୍ୟକ୍ତି ଏବେ ଚର୍ଚ୍ଚା ରେ ରହିଛନ୍ତି । ଜାପାନର ଜଣେ ବ୍ୟକ୍ତି ମଣିଷ ରୁ କୁକୁର ବନିଯାଇଛନ୍ତି । ଏହି କଥା ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ କଥା ସତ । ସୂଚନା ଅନୁଯାୟୀ ଜାପାନ ର ସେହି ବ୍ୟକ୍ତି ଙ୍କ ର ନାମ ହେଉଛି ଟୋକୋ । ଏହି ବ୍ୟକ୍ତି ଙ୍କୁ କୁକୁର ବନିବାର ନିଶା ଏତେ ଚଢିଥିଲା ଯେ ସେଥିପାଇଁ ସେ ୧୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । ଏତେ ଟଙ୍କା ଖର୍ଚ୍ଚ କରି ସେ ଏପରି କଷ୍ଟ୍ୟୁମ ବା ପୋଷାକ ତିଆରି କଲେ ଯାହା ଦ୍ୱାରା ସେ କୁକୁର ପରି ନଜର ଆସିଲେ । କେହି ବି ବ୍ୟକ୍ତି ତାଙ୍କୁ ଚିହ୍ନି ପାରୁ ନାହାନ୍ତି । ଟୋକୋ ନିଜ ଟ୍ୱିଟର ରେ କୁକୁର ହେବା ପରେ ଫଟୋ ମଧ୍ୟ ଅପଲୋଡ କରିଥିଲେ ।
ଟୋକୋ ପିଲା ବେଳୁ ପଶୁ ପକ୍ଷୀ ଙ୍କୁ ପସନ୍ଦ କରୁଥିଲେ । ସବୁବେଳେ ସେ ପଶୁ ମାନଙ୍କ ପରି ଜୀବନ ବିତାଇବାକୁ ଚାହୁଁଥିଲେ । ନିଜର ଏହି ଇଚ୍ଛା କୁ ପୂରଣ କରିବାକୁ ସେ ଇଫେକ୍ଟସ ୱାର୍କସପ୍ ଜିପେଟ ସହ ସମ୍ପର୍କ କରିଥିଲେ । ନିଜ ପାଇଁ ଅଲଟ୍ରା ରିୟଲିଷ୍ଟିକ କୁକୁର ର ଡ୍ରେସ ତିଆରି କରିଥିଲେ । ଜିପେଟ ଟୋକୋଙ୍କ କହିବା ଅନୁସାରେ କୁକୁର ର ପୋଷାକ ତିଆରି କରିଥିଲେ । ଏହାକୁ ପିନ୍ଧିବା ପରେ ଟୋକୋ ପୁରାପୁରି କୁକୁର ଭଳି ଦେଖାଗଲେ । ଏହି କଷ୍ଟ୍ୟୁମ ରେ କେହି ବି ଟୋକୋ ଙ୍କୁ ଚିହ୍ନି ପାରୁ ନ ଥିଲେ । ସମସ୍ତ ଙ୍କୁ ଏହା ଲାଗୁଥିଲା ଯେ ସତରେ ସେ ଜଣେ କୁକୁର ବୋଲି । କିନ୍ତୁ ଏହିପରି ପରଫେକ୍ଟ ପୋଷାକ ତିଆରି ହେବା ସାଧାରଣ କଥା ନ ଥିଲା । ଜିପେଟ କମ୍ପାନୀ ର କହିବା ଅନୁସାରେ, କୁକୁର ପରି ପୋଷାକ ତିଆରି କରିବା ପାଇଁ ସିନ୍ଥେଟିକ ଫର ବ୍ୟବହାର କରାଯାଇଥିଲା । ଏହି କଷ୍ଟ୍ୟୁମ କୁ ତିଆରି କରିବା ପାଇଁ ୪୦ ଦିନ ର ସମୟ ଲାଗିଥିଲା । ଏହି ପୋଷାକ ତିଆରି କରିବା ପାଇଁ ଟୋକୋ ୨ ମିଲିୟନ ୟେନ ବା ୧୧ ଲକ୍ଷ ୬୩ ହଜାର ଟଙ୍କା ଦେଇଥିଲେ ।
ବ୍ୟକ୍ତିଙ୍କ ଅଜବ ଇଚ୍ଛା, ୧୧ ଲକ୍ଷ ଖର୍ଚ୍ଚ କରି ହୋଇଗଲେ କୁକୁର
