ନ୍ୟୁଜ୍ରାଜ୍ୟ

ବାଣ ବଜାରକୁ ବାତ୍ୟା ଭୟ : ମହଙ୍ଗା ଦର ଓ ବାତ୍ୟା ଖବରକୁ ନେଇ ଆଶଙ୍କାରେ ବ୍ୟବସାୟୀ

ସତ୍ୟଶିଖା( ଭୁବନେଶ୍ୱର )୧୯.୧୦.୨୦୨୨:  ଆଉ ମାତ୍ର ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳୀ ।  କରୋନାର ୨ ବର୍ଷ ପରେ ଦୀପାବଳୀକୁ ପାଳିବାକୁ ଲୋକେ ଚାହିଁ ବସିଛନ୍ତି । ଦୀପାବଳିକୁ ଆଖି ଆଗରେ ରଖି ବିଭିନ୍ନ ସହରରେ ପସରା ମେଲଇଛି ବାଣ ବ୍ୟବସାୟୀ । ହେଲେ ଦୀପାବଳୀ ବେଳେ ବାତ୍ୟା ନେଇ ପାଣିପାଗର ଆକଳନ ପରେ ଆଲୋକର ପର୍ବ ଫିକା ପଡ଼ିବାର ସମ୍ଭାବନା ରହିଛି । ତେଣୁ ବ୍ୟବସାୟୀଙ୍କୁ ବାଣ ବ୍ରିକି ନହେବାର ଭୟ ଏବେଠୁ ଘାରିଲାଣି । ବ୍ୟବସାୟୀଙ୍କ ଅନ୍ୟ ଏକ ଚିନ୍ତା ହେଲା ବାଣର ଦର ଚଳିତ ବର୍ଷ ମହଙ୍ଗା ହୋଇଛି । ପ୍ରତି ବାଣର ଦାମ୍ ୩୦ରୁ ୪୦ ପ୍ରତିଶତ ବଢ଼ିଥିବା ସୂଚନା ମିଳିଛି । ଯେଉଁ ଫୁଲଝରି ବାଣ ୨ ବର୍ଷ ତଳେ ୩୫ ଟଙ୍କାରେ ମିଳୁଥିଲା ତାହା ଏବେ ୫୪ ଟଙ୍କା ହୋଇଛି । ସେହିପରି କୁମ୍ଫି ବାଣର ଦର ୮୦ରୁ ୧୧୧, ଆକାଶ ସର୍ଟ ୨୮୦ରୁ ୪୫୦ ଟଙ୍କାକୁ ବୃଦ୍ଧି ପାଇଛି । ବାଣର ଦରବୃଦ୍ଧି ଓ ବାତ୍ୟା ଭୟ ଚଳିତ ବର୍ଷ ବାଣ ବେପାରକୁ ମାନ୍ଦା କରିଛି । ୨୦୧୯ରେ ରାଜ୍ୟର ବ୍ୟବସାୟୀ ୫୦ କୋଟି ଟଙ୍କାର ବାଣ ବ୍ରିକ୍ରି କରିବାକୁ ସାମଗ୍ରୀ ଆଣିଥିଲେ । କିନ୍ତୁ ଚଳିତ ବର୍ଷ  ଦୀପାବଳୀ ପାଇଁ ୧୫ କୋଟି ଟଙ୍କାର ବାଣ ଆଣିଛନ୍ତି ।

Show More
Back to top button