ସ୍ୱାସ୍ଥ୍ୟ

ବିସ୍କୁଟ ଖାଉଥିଲେ ବନ୍ଦ କରନ୍ତୁ

ସତ୍ୟଶିଖା ୨୦/୦୩/୨୦୨୫ : ବିସ୍କୁଟ ଆମ ସମସ୍ତଙ୍କର ପିଲାବେଳୁ ଖାଇବାର ଅଭ୍ୟାସ ଥାଏ । କିଛି ନହେଲେ ସକାଳେ ଚାହା ସହ ବିସ୍କୁଟ ସମସ୍ତେ ଖାଇବାକୁ ପସନ୍ଦ କରିଥାନ୍ତି । ପିଲାମାନଙ୍କୁ ମାଆମାନେ ଟିଫିନ୍‌ରେ ମଧ୍ୟ ବିସ୍କୁଟ ଦେଇଥାନ୍ତି । କିନ୍ତୁ ପ୍ରକୃତରେ ବିସ୍କୁଟ ଶରୀର ପାଇଁ କେତେ କ୍ଷତିକାରକ ତାହା ସ୍ବାସ୍ଥ୍ୟ ବିଶେଷଜ୍ଞ ମାନେ ନିଜେ ଗବେଷଣା ପରେ ନିଜର ମତ ଦେଇଛନ୍ତି । ବିସ୍କୁଟ ଶରୀର ପାଇଁ ଆଦୌ ଉପକାରୀ ନୁହେଁ । ଏହାକୁ ସବୁବେଳେ ଖାଇବା ଦ୍ବାରା ଶରୀରରେ ବଡ ରୋଗ ହେବାର ଆଶଙ୍କା ଥାଏ । ଯେମିତି ହୃଦରୋଗ , ଅଧିକ ରକ୍ତଚାପ ଆଦି ରୋଗ ହେବାର ପୁରା ସମ୍ଭାବନା ଥାଏ । ବିସ୍କୁଟ ପୁରା ମଇଦାରେ ତିଆରି ହୋଇଥାଏ, ଆଉ ମଇଦା ଶରୀର ପାଇଁ ବେଶ କ୍ଷତିକାରକ । ଯାହା ଶରୀରରେ ରକ୍ତ ଶର୍କରାର ପରିମାଣ ବୃଦ୍ଧି କରିଥାଏ । ତେବେ ବିସ୍କୁଟ ଶରୀର ପାଇଁ କାହିଁକି କ୍ଷତିକାରକ ଆସନ୍ତୁ ଜାଣିବା ।

ପାମ୍ ଅଏଲ :
ବିସ୍କୁଟରେ ପାମ୍ ଅଏଲ(palm oil) ଥାଏ, ଯେଉଁଥିରେ ୧୦୦ ପ୍ରତିଶତ ଫ୍ୟାଟ ରହିଥାଏ । ଏହାକୁ ପ୍ରତିଦିନ ଖାଇବା ଦ୍ବାରା ଏହା ସିଧାସଳଖ ଆମ ହାର୍ଟ ଉପରେ ପ୍ରଭାବ ପକାଇଥାଏ । ଅଧିକାଂଶ ବିସ୍କୁଟରେ ପାମ୍ ଅଏଲ ଥାଏ । ଏହି ତେଲ ଶରୀର ପାଇଁ ଖୁବ କ୍ଷତିକାରକ । ଏହା ଅନେକ ଉପାୟରେ ଆମ ଶରୀର ପାଇଁ କ୍ଷତି ପହଞ୍ଚାଇଥାଏ ଏବଂ ରୋଗ ସୃଷ୍ଟି କରିଥାଏ ।

ମଇଦା :
ଆମେ ସମସ୍ତେ ଜାଣିଛନ୍ତି, ମଇଦା ଆମ ଶରୀର ପାଇଁ କେତେ କ୍ଷତିକାରକ । ମଇଦା ଓଜନ ବଢାଇବା ସହ ଶରୀରର ରକ୍ତ ଶର୍କରାର ପରିମାଣ ବଢାଇଥାଏ , ହଜମରେ ବାଧା , ଏବଂ ହାର୍ଟ ଜନିତ ସମସ୍ୟା ସୃଷ୍ଟି କରିଥାଏ । ତେଣୁ ବିସ୍କୁଟ ସମ୍ପୁର୍ଣ୍ଣ ମଇଦାରେ ତିଆରି ହେଉଥିବାରୁ ଏହା ଶରୀର ପାଇଁ ହାନିକାରକ ।

ସୋଡିୟମର ପରିମାଣ :
ପ୍ରତ୍ୟେକ ବିସ୍କୁଟରେ ସୋଡିୟମର ପରିମାଣ ଅଧିକ ଥାଏ। ଏହା ଶରୀରର ରକ୍ତଚାପ ବୃଦ୍ଧି ସହ , ଷ୍ଟ୍ରୋକ ମଧ୍ୟ କରାଇଥାଏ । ଓଜନ ବୃଦ୍ଧି ମଧ୍ୟ ହୋଇଥାଏ ।

ଶର୍କରାର ପରିମାଣ ଅଧିକ :
ପ୍ରତ୍ୟେକ ବିସ୍କୁଟରେ ଶର୍କରାର ପରିମାଣ ଅଧିକ ଥାଏ । ଅତ୍ୟଧିକ କ୍ୟାଲୋରିଯୁକ୍ତ ଜିନିଷ ଖାଇବା ଦ୍ବାରା ଏହା ଶରୀରରେ ଡାଇବେଟିସ କରାଇଥାଏ ।
ତେଣୁ ଆପଣ ଯଦି ପ୍ରତିଦିନ ବିସ୍କୁଟ ଖାଇବାର ଅଭ୍ୟାସ ରଖିଛନ୍ତି, ତେବେ ଏହାକୁ ଧିରେଧିରେ ବଦଳାଇବାକୁ ଚେଷ୍ଟା କରନ୍ତୁ । ଘରେ ବିନା ମଇଦାରେ ବିସ୍କୁଟ ତିଆରି କରିବାକୁ ଚେଷ୍ଟା କରନ୍ତୁ । ଏବଂ ଏଥିରେ କମ ପରିମାଣର ଶର୍କରା ମିଶାଇ ପ୍ରସ୍ତୁତ କରନ୍ତୁ । ଏହା ଆପଣଙ୍କ ପରିବାର ଆପଣଙ୍କ ପିଲାଙ୍କ ଶରୀରକୁ ସୁସ୍ଥ ରଖିବ ।

Show More
Back to top button