ଅପରାଧନ୍ୟୁଜ୍

ଶିରୁଳି ମହାବୀର ମନ୍ଦିରରୁ ଚୋରି l

ସତ୍ୟଶିଖା : ୨୧/୦୧/୨୦୨୫ : ପୁଣି ଶିରୁଳି ମହାବୀର ମନ୍ଦିରରୁ ଚୋରି। ସୋମବାର ବିଳମ୍ବିତ ରାତିରେ ଶିରୁଳି ମହାବୀର ମନ୍ଦିରରୁ ହୁଣ୍ଡି ଚୋରି ହୋଇଥିବା ଅଭିଯୋଗ ହୋଇଛି । ହୁଣ୍ଡିରେ ଲକ୍ଷାଧିକ ଟଙ୍କା ଚୋରି ହୋଇଥିବା ସେବାୟତ ମାନେ ଅଭିଯୋଗ କରିଛନ୍ତି । ଖବର ପାଇ ଘଟଣାସ୍ଥଳରେ ଚନ୍ଦନପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୋମବାର ମହାପ୍ରଭୁଙ୍କ ସନ୍ଧ୍ୟା ଆଳତି ପରେ ଦୈନନ୍ଦିନର ନୀତିକାନ୍ତି ସମ୍ପୂର୍ଣ୍ଣ ହୋଇ ରାତ୍ର ୧୦ଟା ୩୦ରେ ପହୁଡ଼ ନୀତି ହୋଇଥିଲା । ପାଳିଆ ସେବାୟତ ମାନେ ମନ୍ଦିର ବନ୍ଦ କରି ଯାଇଥିବା ବେଳେ ଆଜି ସକାଳେ ପାଳିଆ ସେବାୟତ ମନ୍ଦିର ଖୋଲି ଭିତରକୁ ପ୍ରବେଶ କରି ଦେଖିଥିଲେ ହୁଣ୍ଡୀ ଭଙ୍ଗା ଯାଇଛି।

ଏନେଇ ସଙ୍ଗେ ସଙ୍ଗେ ମନ୍ଦିର କମିଟି ଚନ୍ଦନ ପୁର ଥାନା କୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଚନ୍ଦନପୁର ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ଘଟଣା ସ୍ଥଳରେ ମାଜିଷ୍ଟ୍ରେଟ ଉପସ୍ଥିତ ରହିଛନ୍ତି।

Show More
Back to top button