ସତ୍ୟଶିଖା (ନୂଆଦିଲ୍ଲୀ) ୨୪ /୧୨/୨୦୨୦ : ସେୟାର ବଜାର ଗୁରୁବାର ସବୁଜ ସଙ୍କେତ ସେଇ ଚାଲୁ ରହିଛି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍ର ସେନସେକ୍ସ୍ ୨୯୯ ଅଙ୍କ ବୃଦ୍ଧି ପାଇ ୪୬,୭୪୩ରେ ଖୋଲି ଥିଲା । ସେହିପରି ନେସନାଲ ଷ୍ଟକ୍ ଏକ୍ସଚେଞ୍ଜ୍ର ନିଫ୍ଟି ୭୧ ଅଙ୍କ ବୃଦ୍ଧି ପାଇ ୧୩,୬୭୨.୧୫ରେ ଖୋଲିଥିଲା । ତେବେ କାରବାର ବେଳେ ସେନସେକ୍ସ୍ ଏବଂ ନିଫ୍ଟିରେ ଦୃତ ବୃଦ୍ଧି ଦେଖାଦେଇଥିଲା । ୪୬୮ଅଙ୍କ ବୃଦ୍ଧି ପାଇ ଏହା ୪୬,୯୧୨.୨୨ରେ ପହଞ୍ଚିଯାଇଥିଲା । ସେହିଭଳି ନିଫ୍ଟି ମଧ୍ୟ ୧୩୮ଅଙ୍କ ବୃଦ୍ଧି ପାଇ ୧୩,୭୩୯.୧୫ରେ ପହଞ୍ଚିଯାଇଥିଲା ।
ସପ୍ତାହର ୩ୟ ଦିନ ଅର୍ଥାତ ବୁଧବାର ଦିନ ସେୟାର ବଜାର ସବୁଜ ସଙ୍କେତରେ ଆରମ୍ଭ ହୋଇଥିଲା । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନସେକ୍ସ୍ ୬୬ ଅଙ୍କ ସହିତ ୪୬,୦୭୨ରେ ଖୋଲିଥିଲା । ସେହିଭଳି ନେସନାଲ ଷ୍ଟକ୍ ଏକ୍ସଚେଞ୍ଜ୍ର ନିଫ୍ଟି ୭ ଅଙ୍କ ବୃଦ୍ଧି ସହିତ ୧୩,୪୭୩.୫୦ରେ ଆରମ୍ଭ ହୋଇଥିଲା । କାରବାର ବନ୍ଦ ହେବା ବେଳକୁ ସେନସେକ୍ସ୍ ୪୩୭ ଅଙ୍କ ବୃଦ୍ଧି ପାଇ ୪୬,୪୪୪.୧୮ରେ ବନ୍ଦ ହୋଇଥିଲା । ନିଫ୍ଟି ୧୩୪.୮୦ ଅଙ୍କ ବୃଦ୍ଧି ପାଇ ୧୩,୬୦୧.୧୦ରେ ବନ୍ଦ ହୋଇଥିଲା ।
