ସତ୍ୟଶିଖା (ନୂଆଦିଲ୍ଲୀ) ୦୭/୦୧/୨୦୨୧ : ସେୟାର ବଜାରରେ ପ୍ରତିଦିନ କାରବାର ବୃଦ୍ଧି ପାଇବାରେ ଲାଗିଛି । ଅନ୍ତରାଷ୍ଟ୍ରୀୟ ବଜାର ଏବଂ ଘରୋଇ ବଜାରରେ କାରବାର ବୃଦ୍ଧି ଫଳରେ ସେନସେକ୍ସ ଏବଂ ନିଫ୍ଟିରେ ମଧ୍ୟ ଅପେକ୍ଷାକୃତ ବୃଦ୍ଧି ପାଉଛି । ଗୁରୁବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସୁଚକାଙ୍କ ଅନୁଯାୟୀ ସେନସେକ୍ସ ୩୫୦ ଅଙ୍କ ବୃଦ୍ଧି ପାଇ ୪୮,୫୨୪.୩୬ରେ ଖୋଲିଥିଲା । ସେହିପରି ନେସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୧୦୬ ଅଙ୍କ ବୃଦ୍ଧି ପାଇ ୧୪,୨୫୩.୭୫ରେ ଖୋଲିଥିଲା ।
କାରବାର ସମୟରେ ସେନସେକ୍ସ ୪୮,୫୫୮.୩୪ ଯାଏଁ ଛୁଇଁଥିଲା । ସେହିପରି ନିଫ୍ଟି ମଧ୍ୟ ପ୍ରଥମ ଥର ପାଇଁ ୧୪,୨୫୬.୨୫ ଛୁଇଁଥିଲା । ସୋମବାର କାରବାର ଆରମ୍ଭରୁ ଡଲାର ତୁଳନାରେ ଟଙ୍କାର ମୂଲ୍ୟରେ ମଧ୍ୟ ଅଭିବୃଦ୍ଧି ଦେଖାଯାଇଛି । ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୭୩.୧୧ ରହିଛି ।
ଏହା ପୂର୍ବରୁ ବୁଧବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସୁଚକାଙ୍କ ଅନୁଯାୟୀ ସେନସେକ୍ସରେ ସର୍ବକାଳୀନ ବୃଦ୍ଧି ଘଟି ୪୮.୬୧୬.୬୬ରେ ଖୋଲିଥିଲା । ଏହା ପରେ ସେୟାର ବଜାର ବନ୍ଦ ହେବା ବେଳକୁ ସେନସେକ୍ସ ୪୮,୧୭୪.୦୬ ଏବଂ ନିଫ୍ଟି ୧୪,୧୪୬.୨୫ରେ ବନ୍ଦ ହୋଇଥିଲା ।