ପୁଦିନା ଧନିଆ ଚିକେନ


ସତ୍ୟଶିଖା ୨୦/୦୧/୨୦୨୧ :
ଆବଶ୍ୟକ ସାମଗ୍ରୀ
ଚିକେନ – ୨୫୦ ଗ୍ରାମ
ଲଙ୍କା ଗୁଣ୍ଡ – ୧ ଚାମଚ
ହଳଦୀ ଗୁଣ୍ଡ – ଅଳ୍ପ
ଗରମ ମସଲା – ୨ ଚାମଚ
ଆମଚୁର ପାଉଡ଼ର – ୧ ଚାମଚ
ଜିରା ଗୁଣ୍ଡ – ୧ ଚାମଚ
ଦହି – ୧କପ
ଲୁଣ – ଆବଶ୍ୟକ ପରିମାଣରେ
ଚଟଣି ପାଇଁ –
ଧନିଆ ପତ୍ର – ୧କପ
ପୁଦିନା ପତ୍ର – ୧କପ
କଞ୍ଚାଲଙ୍କା ୩ଟି
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚିକେନ ଖଣ୍ଡକୁ ଭଲ ଭାବେ ଧୋଇ ରଖନ୍ତୁ । ଏବେ ପୁଦିନାପତ୍ର, ଧନିଆପତ୍ର, କଞ୍ଚା ଲଙ୍କା ହାଲକା ଭାବେ ପେଷି ମିଶ୍ରଣ ପ୍ରସ୍ତୁତ କରି ରଖନ୍ତୁ । ଏବେ ଏହି ପେଷ୍ଟରେ ଦହି, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଗରମ ମସଲା, ଆମଚୁର ଗୁଣ୍ଡ, ଜିରା ଗୁଣ୍ଡ, ଲୁଣ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ । ଏବେ ଏହି ମିଶ୍ରଣରେ ଧୋଇ କରି ରଖିଥିବା ଚିକେନକୁ ଗୋଳାଇ ଏକ ଘଣ୍ଟା ପାଇଁ ରଖି ଦିଅନ୍ତୁ । ଏବେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରି ଏଥିରେ ରଖିଥିବା ଚିକେନକୁ ଛାଣି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ପୁଦିନା ଧନିଆ ଚିକେନ । ଏହାକୁ କଟା ପିଆଜ ଓ ଲେମ୍ବୁ ଦେଇ ସଜାଇ ଦିଅନ୍ତୁ ଓ ଗରମାଗରମ ଖାଆନ୍ତୁ ।