ନ୍ୟୁଜ୍
ଦାୟିତ୍ବ ନେଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି ।


ସତ୍ୟଶିଖା ୧୧/୦୮/୨୦୨୫: ମହିଳା କିପରି ସୁରକ୍ଷା ପାଇବେ ତୃଣମୂଳ ସ୍ତରରେ ସେ ଦିଗରେ ଚେଷ୍ଟିତ ରହିବି । ମହିଳାଙ୍କ ସମସ୍ୟା ସାମ୍ନାକୁ ଆଣିବି । ଅଧ୍ୟକ୍ଷା ଭାବେ ଯେଉଁ ଦାୟିତ୍ୱ ମିଳିଛି ସର୍ବଦା ଚେଷ୍ଟା କରିବି ଯେପରି ମହିଳାମାନେ ଗୁହାରି କରି ବିଫଳ ନହେବେ ମୋ ପାଖକୁ ଯେଉଁ ଅଭିଯୋଗ ଆସିବ ତାକୁ ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ନିର୍ଣ୍ଣାୟକ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଶୋଭନା ମହାନ୍ତି ।ବିଧିବଦ୍ଧ ଭାବେ ନିଯୁକ୍ତ ହେଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି । ସମାଜର ଅସହାୟ ଅବହେଳିତ ମହିଳାଙ୍କ ସୁରକ୍ଷା ଏବଂ ନ୍ୟାୟ ପାଇଁ କାମ କରିବି ବୋଲି ନିଜ ପ୍ରତିକ୍ରିୟାରେ ସେ ଜଣାଇଛନ୍ତି ।