ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ରାଜ୍ୟ ସରକାର


ସତ୍ୟଶିଖା(ଭୁବନେଶ୍ୱର) ୧୪.୧୧.୨୦୨୩ : ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ରାଜ୍ୟ ସରକାର । ଗୋଟେ ପଟେ ସଭିଁଏ ପଢିବେ ସଭିଁଏ ବଢିବେର ନାରା ଦେଉଛନ୍ତି । 5ଟି ରେ ସାମିଲ କରୁଛନ୍ତି । କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ପିଲା ସ୍କୁଲରେ ପାଠ ପଢିବା ପରିବର୍ତ୍ତେ ଶ୍ରମିକ ଭାବେ ଖଟୁଛନ୍ତି । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିରେ । ଛାତ୍ର ଛାତ୍ରୀମାନେ ବିଦ୍ୟାଳୟରେ ପାଠ ପଢ଼ିବେ କ’ଣ ସ୍କୁଲ ପରିସରରେ ଗୋଡ଼ି ଚିପ୍ସ ବାଲିକୁ ଶ୍ରମିକ ଭାବେ ବୋହିନେଉଥିବା ଦେଖିବାକୁ ମିଳିଛି ।
ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ବିକାଶ କରିବା ନେଇ ଡିଣ୍ଡିମ ପିଟୁଛନ୍ତି । ପିଲାଙ୍କୁ ମିଳୁଥିବା ୟୁନିଫର୍ମରେ ଲେଖାଯାଉଛି ଆମେ ଗଢିବୁ ନୂଆ ଓଡିଶା । ଏମିତିକି ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ସାଇକେଲରେ ଆମେ ଗଢିବୁ ନୂଆ ଓଡ଼ିଶା ଲୋଗୋ ଲଗାଇ ବ୍ରାଣ୍ଡିଂ କରୁଛନ୍ତି । ସେପଟେ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ବ୍ଲକରେ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଶ୍ରମିକ ଭାବେ ଖଟାଉଛନ୍ତି । ସ୍କୁଲରେ ଯାହା ସଫେଇ ଅବା ନିର୍ମାଣ କାର୍ଯ୍ୟରେ ସରକାରୀ ପାଣ୍ଠି ବିନିଯୋଗ ନକରି ଛାତ୍ରଛାତ୍ରୀଙ୍କୁ ଦିନ ମଜୁରିଆ ଭଳି ବ୍ୟବହାର କରାଯିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଗୋଟେ ପଟେ ଏସଂପର୍କରେ ପରିବାରୁ ସ୍କୁଲ ପ୍ରଧାନଶିକ୍ଷୟତ୍ରୀ କହିଛନ୍ତି ପିଲାମାନେ ନିଜ ଇଚ୍ଛାରେ ଗୋଡି ଚିପ୍ସ୍ ବୋହୁଛନ୍ତି । ସେପଟେ ସ୍କୁଲ ସଭାପତି କହିଛନ୍ତି ପିଲାମାନେ ନିଜ ସ୍କୁଲ ସଫା କଲେ କିଛି ଅସୁବିଧା ନାହିଁ । ଅନ୍ୟପଟେ ଛାତ୍ରଛାତ୍ରୀ କହୁଛନ୍ତି ସାର୍ ଦିଦି କହୁଛନ୍ତି ବୋଲି ଆମେ କାମ କରୁଛୁ । ପାଠ ପଢିବା ସମୟରେ ପିଲାମାନେ ଯଦି ଏମିତି କାମ କରିବେ ତେବେ ପିଲାଙ୍କ ଭବିଷ୍ୟତ କିପରି ଉଜ୍ଜ୍ୱଳ ହେବ ତାହା ଆପଣ ଅନୁମାନ କରିପାରୁଥିବେ ।