ନ୍ୟୁଜ୍ରାଜ୍ୟ

ରାଜ୍ୟ ସରକାରଙ୍କ ଘୋଷଣା:ବୈଦୁତିକ ଯାନ ପାଇଁ ପଞ୍ଜୀକରଣ ଶୁଳ୍କ ଛାଡ

ସତ୍ୟଶିଖା(ଭୁବନେଶ୍ୱର )୦୧.୧୧ .୨୦୨୧:  ବୈଦୁତିକ ଯାନ ପାଇଁ ପଞ୍ଜୀକରଣ ଶୁଳ୍କ ଛାଡ । ଇ-ଯାନ ଉପରୁ ମୋଟର ଯାନ ଟିକସ ଓ ପଞ୍ଜୀକରଣ ଶୁଳ୍କ ସମ୍ପୂର୍ଣ୍ଣ ଛାଡ କରିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏନେଇ ଜାରି ହୋଇଛି ସରକାରୀ ବିଜ୍ଞପ୍ତି ।

ଇ-ଯାନର ଶୀଘ୍ର ଗ୍ରହଣୀୟତା ନେଇ ଲୋକଙ୍କୁ ଉତ୍ସାହିତ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି । ଓଡିଶା ମୋଟର ଯାନ ଟିକସ ଅଧିନିୟମ ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି । ଏହି ଛାଡ ୨୦୨୫ ପର୍ୟ୍ୟନ୍ତ ପ୍ରଯୁଜ୍ୟ ଅଟେ । ପରେ ଏହାକୁ ବଢା ଯିବ । ଓଡ଼ିଶା ବୈଦ୍ୟୁତିକ ଯାନ ନୀତି ଅନୁଯାୟୀ ଇ-ଯାନର କ୍ରେତା, ଉତ୍ପାଦକ, ବ୍ୟାଟେରୀ ଏବଂ ଚାର୍ଜିଂ ଷ୍ଟେସନ ପାଇଁ ରାଜ୍ୟ ସରକାର ଅନେକ ପ୍ରୋତ୍ସାହନ ରାଶି ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିବା ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ।ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟ ସରକାର ମୋଟର ଯାନ ଟିକସ ଏବଂ ବ୍ୟାଟେରୀ ଚାଳିତ ଯାନ ପାଇଁ ପଞ୍ଜୀକରଣ ଶୁଳ୍କ ଉପରେ ୧୦୦ ପ୍ରତିଶତ ଛାଡ କରିଛନ୍ତି । ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଇ-ଯାନ ଉପରେ ସବସିଡି ଅନୁମତି ଦେବାକୁ ପରିବହନ ବିଭାଗ ସରକାରଙ୍କୁ ଏକ ପ୍ରସ୍ତାବ ଦାଖଲ କରିଥିବା ପୂର୍ବରୁ କହିଥିଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।ଦୁଇ ଚକିଆ, ତିନି ଚକିଆ ଏବଂ ଚାରି ଚକିଆ ଯାନ ଉପରେ ୧୫ ପ୍ରତିଶତ ସବସିଡି ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛି ପରବହନ ମନ୍ତ୍ରଣାଳୟ ଯେଉଁଥିରେ ସର୍ବାଧିକ ପରିମାଣ ୫୦୦୦ରୁ ଅଧିକ ହେବ ନାହିଁ । ଏହା ସହିତ ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଇ-ଯାନରେ ସୁଧମୁକ୍ତ ଋଣ ବ୍ୟବସ୍ଥା କରିଛି ବିଭାଗ । ଏହି ପ୍ରସ୍ତାବରେ ମ୍ୟୁନିସିପାଲିଟି ଅଞ୍ଚଳରେ ଏହିପରି ଯାନ ପାଇଁ ସବସିଡିଯୁକ୍ତ ପାର୍କିଂ ଫି ଏବଂ ପାର୍କିଂ ସ୍ଥାନରେ ବ୍ୟାଟେରୀ ଚାର୍ଜିଂ ସୁବିଧା ଅନ୍ତର୍ଭୁକ୍ତ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି ।

Show More
Back to top button