ଷ୍ଟେଟ ବ୍ୟାଙ୍କ ଗୃହଋଣ ଉପରେ ସୁଧହାର ବୃଦ୍ଧି

ସତ୍ୟଶିଖା( ମୁମ୍ବାଇ) ୩୦.୦୪.୨୦୨୧:  ଦେଶର ବୃହତ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଗୃହଋଣ ଉପରେ ସର୍ବନିମ୍ନ ସୁଧହାରକୁ ବୃଦ୍ଧି କରିଛି। ପୂର୍ବରୁ ସର୍ବନିମ୍ନ ସୁଧହାର ୬.୭୦ ପ୍ରତିଶତ ଥିଲା। ଏହା ୦.୨୫ ପ୍ରତିଶତ ବୃଦ୍ଧି ପାଇ ୬.୯୫ ପ୍ରତିଶତରେ ପହଞ୍ଚିଛି। ବର୍ଦ୍ଧିତ ହାର ଏପ୍ରିଲ ପହିଲାରୁ ଲାଗୁ ହୋଇଛି। ଷ୍ଟେଟ ବ୍ୟାଙ୍କ ଗତ ମାର୍ଚ୍ଚ ପହିଲାରେ ଗୃହଋଣ ଉପରେ ସର୍ବନିମ୍ନ ସୁଧହାରକୁ ୬.୮୦ ପ୍ରତିଶତରୁ ୬.୭୦ ପ୍ରତିଶତକୁ ହ୍ରାସ କରିଥିଲା। ଷ୍ଟେଟ ବ୍ୟାଙ୍କ କେବଳ ସର୍ବନିମ୍ନ ସୁଧହାରକୁ ବୃଦ୍ଧି କରିନାହିଁ, ଗୃହଋଣ ଉପରେ ପ୍ରୋସେସିଂ ଫି ଲାଗୁ କରିଛି। ମୋଟ ଗୃହଋଣ ପରିମାଣର ୦.୪୦ ପ୍ରତିଶତ (ଜିଏସଟିକୁ ଛାଡ଼ି) ବା ସର୍ବନିମ୍ନ ୧୦ ହଜାର ଓ ସର୍ବାଧିକ ୩୦ ହଜାର ମଧ୍ୟରେ ପ୍ରୋସେସିଂ ଫି ରହିବାର ସମ୍ଭାବନା ରହିଛି। ଯାହାଫଳରେ ଗୃହଋଣ କରିଥିବା ଓ କରିବାକୁ ଚାହୁଁଥିବା ଗ୍ରାହକମାନଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡିବା। ଏହାଛଡା ଅନ୍ୟ ବ୍ୟାଙ୍କମାନେ ଆଗାମୀ ଦିନରେ ଷ୍ଟେଟ ବ୍ୟାଙ୍କକୁ ଅନୁସରଣ କରି ଗୃହଋଣ ଉପରେ ସର୍ବନିମ୍ନ ସୁଧହାର ବଢାଇବାର ସମ୍ଭାବନା ରହିଛି।

Exit mobile version