

ସତ୍ୟଶିଖା ( ଭୁବନେଶ୍ୱର )୧୯/୧୦ /୨୦୨୧: ଆସିଲା ଅକ୍ଟୋବର ଏବଂ ନଭେମ୍ୱର ପାଇଁ ନୂଆ ଗାଇଡଲାଇନ। ଲକ୍ଷ୍ମୀ ପୂଜା, କାଳୀପୂଜା ଏବଂ କାର୍ତ୍ତିକ ପୂର୍ଣ୍ଣମା ପାଇଁ ଗାଇଡ ଲାଇନ ଜାରି କଲା ବିଏମସି । କାର୍ତ୍ତିକ ମାସରେ ମନ୍ଦିର ଭିତରେ ‘କାର୍ତ୍ତିକ ବ୍ରତ ହବିଷ୍ୟାଳୀ’ଙ୍କୁ ମନା । ବିନ୍ଦୁ ସାଗରରେ ଏବଂ ଅନ୍ୟାନ୍ୟ ନଦୀ ଘାଟରେ କାର୍ତ୍ତିକ ପୂର୍ଣ୍ଣମାରେ ଗହଳି ମନା । ମୂର୍ତ୍ତି ବିସର୍ଜନ ସମୟରେ ୧୦ ଜଣଙ୍କୁ ଅନୁମତି ।
BMC ଅଧୀନରେ ପୂଜା ପାଇଁ କମିଶନରେଟ ପୋଲିସର ଅନୁମତି ଲୋଡ଼ା। ସେହିପରି ମଣ୍ଡପ/ପେଣ୍ଡାଲରେ ପୂଜା ବେଳେ ଶ୍ରଦ୍ଧାଳୁଙ୍କୁ ଯିବା ଉପରେ କଟକଣା ରହିଛି।ମଣ୍ଡପ/ପେଣ୍ଡାଲର ୩ ପଟ ବନ୍ଦ ରହିବ ଏବଂ ୪ର୍ଥ ପଟ ଆବରଣ ମଧ୍ୟ ରହିବ। ମୂର୍ତ୍ତି ଉଚ୍ଚତା ୪ ଫୁଟରୁ କମ୍ ହେବ ବୋଲି BMC ପକ୍ଷରୁ ସୂଚନା ଦିଆଯାଇଛି। କୋଭିଡ୍ ନିୟମ ମାନି ମଣ୍ଡପରେ ଏକସଙ୍ଗେ ୭ରୁ ଅଧିକ ଲୋକଙ୍କୁ ରହିବା ପାଇଁ ମନା କରାଯାଇଥିବା ନେଇ ସୂଚନା ମିଳିଛି। ରାଜ୍ୟରେ ଗୋଟିଏ ପରେ ଗୋଟିଏ ପୂଜା ଚାଲିଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ ଗାଇଡଲାଇନ ଜନସାଧାରଣଙ୍କ ପାଇଁ ଜାରି କରାଯାଇଛି।