

ସତ୍ୟଶିଖା (ପୁରୀ )୦୭.୦୧.୨୦୨୨: କରୋନା କାଳରେ ପୁରୀ ଶ୍ରୀମନ୍ଦିରକୁ ନେଇ ଆସିଛି ବଡ଼ ଖବର । ଶ୍ରୀମନ୍ଦିର ଏଣିକି ରାତି ୮ଟା ୩୦ ଯାଏଁ ଖୋଲା ରହିବ । ନାଇଟ୍ କର୍ଫ୍ୟ ଲାଗୁ ହେବାକୁ ଥିବାରୁ ଦର୍ଶନ ସମୟରେ ପରିବର୍ତ୍ତନ କରାଯାଇଛି । ଏହା ପୂର୍ବରୁ ରାତି ୯ଟା ୩୦ ଯାଏଁ ଶ୍ରଦ୍ଧାଳୁମାନେ ଜଗନ୍ନାଥଙ୍କ ଦର୍ଶନ କରିପାରୁଥିଲେ । ନାଇଟ୍ କର୍ଫ୍ୟୁ ପାଇଁ ସମୟ ପରିବର୍ତ୍ତନ କରିଛି ଜିଲ୍ଲା ପ୍ରଶାସନ । ଏନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂନଚା ଦେଇଛନ୍ତି । ଏହା ସହିତ ଆଜି ଅପରାହ୍ନରେ ଛତିଶାନିଯୋଗ ବୈଠକ ବସିବ ।
ସେପଟେ ଶ୍ରୀମନ୍ଦିରରେ କିଛି କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଆଜି ସନ୍ଧ୍ୟାରେ ଛତିଶାନିଯୋଗ ବୈଠକ ବସିବ । ସେହିପରି ନାଇଟ କର୍ଫ୍ୟୁ ଯୋଗୁଁ ରାତି ୮ଟା ୩୦ ଯାଏଁ ଶ୍ରଦ୍ଧାଳୁଙ୍କ ପାଇଁ ଡେଡଲାଇନ ରହିଛି । ରାତି ୯ଟା ପରଠୁ ଶ୍ରୀମନ୍ଦିରରେ କଟକଣା କଡାକଡି ଭାବେ ପାଳନ କରାଯିବ ।