ଦେଶ

ମାସକର ଛୁଆକୁ ଧରି କାର୍ଯ୍ୟରେ ଯୋଗ ଦେଲେ ଆଇଏଏସ ଅଫିସର

ବିଶାଖାପଟନମ: ବିଶାଖାପଟନମ ନଗର ପାଳିକାର କମିଶନର ଆଇଏଏସ ସୃଜନ ଗୁମ୍ମଲ୍ଲା ପ୍ରସୂତି ଅବକାଶ ଛୁଟି ବାତିଲ କରି ଅଫିସରେ ଯୋଗ ଦେଇଛନ୍ତି। ନିକଟରେ ସେ ମା ହୋଇଛନ୍ତି। ସେ କହିଛନ୍ତି ଏହା ମୋର କାର୍ଯ୍ୟ, ମାନବିକତା ଆଧାରରେ ଏବେ ମୁଁ ଛୁଟିରେ ନରହି ଅଫିସ ଆସିବା ଉଚିତ୍ ବୋଲି ଭାବି ଯୋଗ ଦେଇଛି ବୋଲି ସୃଜନ ଗୁମ୍ମଲା କହିଛନ୍ତି।

୨୦୧୩ ବ୍ୟାଚର ଆନ୍ଧ୍ରପ୍ରଦେଶର ଏହି ଆଇଏଏସ ଅଫିସର ଅଫିସର ଯୋଗ ଦେବାବେଳେ ତାଙ୍କର ଛୋଟ ଛୁଆକୁ ସାଙ୍ଗରେ ଧରିଥିବା ଦେଖିବାକୁ ମିଳିଛି। ସ୍ଥିତି ଏମିତି ଆସିଛି ଆମ ସମସ୍ତଙ୍କୁ ଏକାଠି ହୋଇ ଛିଡ଼ା ହେବା ଦରକାର ବୋଲି ସେ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ୱତ ଟୁଇଟ୍ କରି ଆଇଏଏସ ସୃଜନଙ୍କୁ ପ୍ରଶଂସା କରିଛନ୍ତି। କରେନା ଯୁଦ୍ଧ ବେଳେ ଦେଶ ଏଭଳି ଯୋଦ୍ଧା ଆବଶ୍ୟକ କରୁଛି ବୋଲି ଗଜେନ୍ଦ୍ର କହିଛନ୍ତି।

ଆହୁରି ପଢ଼ନ୍ତୁ

ସୃଜନ ମାସେ ତଳେ ମାତୃତ୍ୱ ଲାଭ କରିଛନ୍ତି। ସାଧାରଣତଃ ସରକାରଙ୍କ ନିୟମ ଅନୁଯାୟୀ ମହିଳାମାନେ ୬ ମାସର ସବେତନ ମାତୃତ୍ୱ ଛୁଟି ପାଇବାକୁ ହକଦାର। ସୃଜନଙ୍କ ଏଭଳି କର୍ତ୍ତବ୍ୟନିଷ୍ଠାକୁ ସାଧାରଣରେ ପ୍ରଶଂସା କରାଯାଉଛି।



[ad_2]

Show More
Back to top button