ସତ୍ୟଶିଖା (ବୋଷ୍ଟନ) ୧୦.୧୦.୨୦୨୦ : ଭାରତୀୟ ବଂଶୋଦ୍ଭବ ପ୍ରସିଦ୍ଧ ଶିକ୍ଷାବିଦ୍ ଶ୍ରୀକାନ୍ତ ଦତାରଙ୍କୁ ହାର୍ଭାର୍ଡ ବିଜନେସ ସ୍କୁଲର ନୂଆ ଡିନ୍ ଭାବେ ନିଯୁକ୍ତ କରାଯାଇଛି । ଦୀର୍ଘ ସମୟ ହେବ ସେ ଏହି ବିଜନେସ ସ୍କୁଲ ସହ ଯୋଡ଼ି ହୋଇ ରହିଛନ୍ତି। କୋଭିଡ-୧୯ ମହାମାରୀରୁ ରକ୍ଷା ପାଇବା ପାଇଁ ଯେଉଁ ରେସପନ୍ସ ଟିମ୍ ପ୍ରସ୍ତୁତ କରାଯାଇ ଥିଲା ଦତାର ସ୍କୁଲର ସେହି ଟିମକୁ ଲିଡ୍ କରିଥିଲେ । ହାର୍ଭାର୍ଡ ସ୍କୁଲ ନାଁରେ ୧୧୨ ବର୍ଷର ଇତିହାସ ରହିଛି ଓ ଦତାର ଏହାର ୧୧ତମ ଡିନ୍ ଭାବେ ନିଯୁକ୍ତ ହୋଇଛନ୍ତି । ହାର୍ଭାର୍ଡ ତରଫରୁ ଶୁକ୍ରବାର ଏ ସମ୍ପର୍କରେ ସୂଚନା ଦିଆଯାଇଛି ।
ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ନୂଆ ଡିନ୍ ହେଲେ ଭାରତୀୟ ବଂଶୋଦ୍ଭବ ଶ୍ରୀକାନ୍ତ, ଜାନୁଆରୀରୁ ସମ୍ଭାଳିବେ ଦାୟିତ୍ୱ l
