ଧର୍ମନ୍ୟୁଜ୍ରାଜ୍ୟ

ଆଜି ୪ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ସତ୍ୟଶିଖା(ପୁରୀ )୦୩.୦୮ . ୨୦୨୨: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏହି ଗୁପ୍ତ ନୀତି ପାଇଁ ଆଜି ଅପରାହ୍ନ ୫ଟାରୁ ରାତି ୯ଟା ଅର୍ଥାତ ୪ ଘଣ୍ଟା ଯାଏ ବନ୍ଦ ରହିବ ଦର୍ଶନ। ଦ୍ୱିତୀୟ ଭୋଗ ମଣ୍ଡପ ଉଠିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବେ। ପରେ ଶ୍ରୀଜିଉଙ୍କ ଶ୍ରୀମୁଖକୁ ଶୃଙ୍ଗାର କରିବେ।

ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କୁ ଶୃଙ୍ଖାର କରାଯିବ।  ବନକଲାଗି ନୀତି ପରେ ଠାକୁରଙ୍କ ମହାସ୍ନାନ କରାଯିବା ପରେ ଦର୍ଶନ ଆରମ୍ଭ ହେବ।

ସୂଚନାଯୋଗ୍ୟ,  ଗତକାଲି ଶ୍ରୀଜିଉଙ୍କ ଗର୍ଭଗୃହରେ ପ୍ରାୟ ଦେଢ କିଲୋଗ୍ରାମ ଓଜନର ଏକ କେମିକାଲ ଯୁକ୍ତ ପ୍ଳାଷ୍ଟର ଖସିଥିବା ସୂଚନା ମିଳିଛି। ପ୍ଳାଷ୍ଟରଟିକୁ ବଡଠାକୁର ଶ୍ରୀ ବଳଭଦ୍ରଙ୍କ ପଛପଟ ପରିକ୍ରମାରୁ ଠାବ କରାଯାଇଛି। ଗତକାଲି ପଥରଟିକୁ ଠାବ କରିବା ସହ ଗାରଦରେ ଜିମା ଦିଆଯାଇଛି। ତେବେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଆଘାତ ଲାଗିନାହିଁ। ପଥର ଖସିବାକୁ ନେଇ ଚର୍ଚ୍ଚା ହେବା ପରେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ଏହା ପଥର ନୁହଁ ଚୁନପଥର ବା ପ୍ଳାଷ୍ଟର ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।

Show More
Back to top button