ଦେଶ

ଜୁନ୍ ୬ ଓ ୨୨ ରେ ହୋଇଥିବା ନିଷ୍ପତ୍ତିକୁ ଗ୍ରହଣ କଲେ ଭାରତ-ଚୀନ୍

ନୂଆଦିଲ୍ଲୀ: ଭାରତ-ଚୀନ୍ ମଧ୍ୟରେ ସୀମା ବିବାଦକୁ ନେଇ ଉତ୍ତେଜନା ଦେଖାଦେଇଛି। ଏବେ ଏହି ସମସ୍ୟାକୁ ହ୍ରାସ କରିବା ୨୪ ଜୁନରେ ଭିଡିଓ କନଫରେନ୍ସିଂ ଜରିଆରେ WMCC (ୱାର୍କିଂ ମେକାନିଜିମ୍ ଫର୍ କନ୍ସଲଟେସନ୍ ଆଣ୍ଡ କୋର୍ଡିନେସନ୍ ଅଫ୍ ଇଣ୍ଡିଆ-ଚାଇନା ସୀମା ବ୍ୟାପାର) ର ୧୫ ତମ ବୈଠକ ହୋଇଥିଲା। ଏହି ବୈଠକରେ ଭାରତରୁ ପ୍ରତିନିଧିତ୍ୱ କରୁଥିଲେ ଯୁଗ୍ମ ସଚିବ (ପୂର୍ବ ଏସିଆ) ନବୀନ ଶ୍ରୀବାସ୍ତବ। ସେହିପରି ଚୀନ୍ ପକ୍ଷରୁ ସୀମା ଓ ମହାସାଗର ବିଭାଗର ମହାନିର୍ଦେଶକ ହଙ୍ଗ ଲିଆଙ୍ଗ ଯୋଗ ଦେଇଥିଲେ।

ଏହି ବୈଠକରେ ଲଦାଖରେ ହୋଇଥିବା ଅଗ୍ରଗତି ବାବଦରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଜୁନ୍ ୧୫ରେ ଗଲଓ୍ୱାନ ଉପତ୍ୟକାରେ ଦେଖାଦେଇଥିବା ସଂଘର୍ଷ ସମେତ ପୂର୍ବ ଲଦାଖର ସ୍ଥିତିକୁ ନେଇ ଭାରତ ଚିନ୍ତା ପ୍ରକଟ କରିଥିଲା। ଏହି ଅବସରରେ ଉଭୟ ପକ୍ଷ ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲ୍ (ଏଲଏସି) ନିୟମକୁ କଡ଼ାକଡ଼ି ଭାବରେ ପାଳନ କରିବା ଉଚିତ୍ ବୋଲି ଗୁରୁତ୍ୱ ଦିଆଯାଇଥିଲା।

ଆହୁରି ପଢ଼ନ୍ତୁ

ଗତ ସପ୍ତାହରେ ମଧ୍ୟ ଉଭୟ ପକ୍ଷର ବୈଦେଶିକ ମନ୍ତ୍ରୀ ସ୍ତରୀୟ ଆଲୋଚନା ହୋଇଥିଲା। ସେହିପରି ଜୁନ୍ ୬ ରେ ବରିଷ୍ଠ କମାଣ୍ଡୋଙ୍କ ଦ୍ୱାରା ଡି-ଏସ୍କେଲେସନ୍ ଉପରେ ହୋଇଥିବା ଚୁକ୍ତି କାର୍ଯ୍ୟକାରୀ ହେବା ଉଚିତ ବୋଲି ଏହି ବୈଠକରେ ମତ ପ୍ରକାଶ ପାଇଛି।

ସେହିପରି ୨୨ ଜୁନ୍ ରେ ଅନୁଷ୍ଠିତ ବରିଷ୍ଠ କମାଣ୍ଡୋଙ୍କ ଦ୍ୱିତୀୟ ବୈଠକରେ ମଧ୍ୟ ଆଲୋଚନା ଉପରେ ଧ୍ୟାନ ଦେଇଥିଲେ ଉଭୟ ପକ୍ଷ। ଦ୍ୱିପାକ୍ଷିକ ଚୁକ୍ତିନାମା ଏବଂ ପ୍ରୋଟୋକଲ ଅନୁଯାୟୀ ଏହି ବୈଠକରେ କାର୍ଯ୍ୟକାରିତା ସୀମା ଅଞ୍ଚଳରେ ଶାନ୍ତି ଏବଂ ଦୁଇ ଦେଶ ମଧ୍ୟରେ ବ୍ୟାପକ ସମ୍ପର୍କର ବିକାଶରେ ସହାୟକ ହେବ ବୋଲି ଉଭୟ ପକ୍ଷ ନତ ରଖିଥିଲେ।

ବର୍ତ୍ତମାନର ପରିସ୍ଥିତିକୁ ଶାନ୍ତ କରିବା ପାଇଁ WMCCର ଢ଼ାଞ୍ଚାରେ ଉଭୟ କୂଟନୀତିକ ଏବଂ ସାମରିକ ସ୍ତରରେ ଯୋଗାଯୋଗ ବଜାୟ ରଖିବାକୁ ଭାରତ ଏବଂ ଚୀନ୍ ପକ୍ଷ ସହମତ ହୋଇଥିଲେ। ଚୀନ୍ ପକ୍ଷ ମଧ୍ୟ ଏକ ବିବୃତ୍ତି ଜାରି କରିଛି ଯେ ଜୁନ୍ ୧୭ ରେ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଚୁକ୍ତି ଏବଂ ଜୁନ୍ ୬ ଏବଂ ୨୨ ରେ କମାଣ୍ଡର ସ୍ତରୀୟ ଆଲୋଚନା ଉପରେ ଉଭୟ ପକ୍ଷ କାର୍ଯ୍ୟ କରିବେ।

[ad_2]
Show More
Back to top button