ଦେଶବିଦେଶ

ବ୍ୟାପୁଛି କରୋନା: ଦିନକରେ ସର୍ବାଧିକ ୧୩ ହଜାର ୫୮୬ ନୂଆ ଆକ୍ରାନ୍ତ ଚିହ୍ନଟ, ୩୩୬ ମୃତ । ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୮୦ ହଜାର ପାର୍; ୧୨ ହଜାର ୫୭୩ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ସତ୍ୟଶିଖା: ଦେଶରେ ବହୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ୩୮୦୫୩୨ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୨୦୪୭୧୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୧୨୫୭୩ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୩୨୪୮ ରହିଛି।

ମୃତବ୍ୟକ୍ତିଙ୍କ ସଂଖ୍ୟା: ଆନ୍ଧ୍ରପ୍ରଦେଶରେ ୯୨ ଜଣ, ଆସାମରେ ୯ ଜଣ, ବିହାରରେ ୪୪ ଜଣ, ଚଣ୍ଡିଗଡ଼ରେ ୬ ଜଣ, ଛତିଶଗଡ଼ରେ ୧୦ ଜଣ, ଦିଲ୍ଲୀରେ ୧୯୬୯ ଜଣ, ଗୁଜରାଟରେ ୧୫୯୧ ଜଣ, ହରିୟାଣାରେ ୧୩୪ ଜଣ, ହିମାଚଳ ପ୍ରଦେଶରେ ୮ ଜଣ, ଜମ୍ମୁ ଓ କଶ୍ମୀରରେ ୭୧ ଜଣ, ଝାଡ଼ଖଣ୍ଡରେ ୧୧ ଜଣ, କର୍ଣ୍ଣାଟକରେ ୧୧୪ ଜଣ, କେରଳରେ ୨୧ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୪୮୬ ଜଣ, ମହାରାଷ୍ଟ୍ରରେ ୫୭୫୧ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୧୧ ଜଣ, ପୁଦ୍ଦୁଚେରୀରେ ୭ ଜଣ, ପଞ୍ଜାବରେ ୮୩ ଜଣ, ରାଜସ୍ଥାନରେ ୩୨୩ ଜଣ, ତାମିଲନାଡୁରେ ୬୨୫ ଜଣ, ତେଲେଙ୍ଗାନାରେ ୧୯୫ ଜଣ, ତ୍ରିପୁରାରେ ୧ ଜଣ, ଉତ୍ତରାଖଣ୍ଡରେ ୨୬ ଜଣ, ଉତ୍ତରପ୍ରଦେଶରେ ୪୬୫ ଜଣ ଏବଂ ପଶ୍ଚମବଙ୍ଗରେ ୫୧୮ ଜଣ ।

Show More
Back to top button