ଖାଦ୍ୟ

ପାଳଙ୍ଗ ସୁପ୍

ସତ୍ୟଶିଖା ( ଭୁବନେଶ୍ୱର ) ୦୯ /୦୯ /୨୦୨୧:

ଆବଶ୍ୟକ ସାମଗ୍ରୀ- ପାଳଙ୍ଗ ପତ୍ର, ଲୁଣ, ତେଲ, ଅଦା, ରସୁଣ, ପିଆଜ, ଭିନେଗାର, ଗୋଲମରିଚ ପାଉଡର, କର୍ଣ୍ଣଫ୍ଲୋର, କଂଚା ଲଙ୍କା ।

ପ୍ରସ୍ତୁତି ପ୍ରଣାଳୀ-

ପ୍ରଥମେ ପାଳଙ୍ଗ ପତ୍ରକୁ ଧୋଇ ସିଝାଇ ରଖିବେ । ତାପରେ ପାଳଙ୍ଗ ପତ୍ରକୁ ଗ୍ରାଇଣ୍ଡିଂ କରିବେ । ଏହାପରେ ଗ୍ୟାସରେ ପ୍ୟାନ ବସେଇ ଅଳ୍ପ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଛୋଟଛୋଟ କଟା ହୋଇଥିବା ଅଦା, ରସୁଣ ପକାଇ ଗୋଲ୍ଡେନ କଲର ହେବା ଯାଏଁ ଫ୍ରାଏ କରିବେ । ତାପରେ ସେଥିରେ ଛୋଟଛୋଟ କଟା ହୋଇଥିବା କଂଚା ଲଙ୍କା ଓ  ପିଆଜ ପକାଇ ଫ୍ରାଏ କରିବେ । ପିଆଜ ହାଲକା ଭାଜି ହୋଇ ଆସିଲେ ସେଥିରେ, ଗ୍ରାଇଣ୍ଡିଂ କରିଥିବା ପାଳଙ୍ଗ ପେଷ୍ଟ ଏବଂ ଲୁଣ ପକାଇ ମିକ୍ସ କରିବେ। ତାପରେ ସେଥିରେ ଅଳ୍ପ କର୍ଣ୍ଣଫ୍ଲୋରକୁ ପାଣିରେ ଗୋଳାଇ ,ସେଥିରେ ପକାଇ ଭଲଭାବେ ଗୋଳାଇବେ । ତାପରେ ସେଥିରେ ଗୋଲମରିଚ ପାଉଡର, ଅଳ୍ପ ଭିନେଗାର ପକାଇ ମିକ୍ସ କରି, ଅଳ୍ପ ସମୟ ଫୁଟାଇବେ । ତାପରେ ଗ୍ୟାସ୍ ବନ୍ଦ କରିବେ । ପ୍ରସ୍ତୁତ ହୋଇଗଲା ପାଳଙ୍ଗ ସୁପ୍ । ଏବେ ଗରମ ଗରମ ଏହାର ମଜା ନେଇ ପାରିବେ ।

Show More
Back to top button