ନ୍ୟୁଜ୍

ବନ୍ୟା ମୁକାବିଲା ଓ ପରିଚାଳନା ପାଇଁ 6 ଜଣ ପ୍ରଶାସନିକ ଅଧିକାରୀଙ୍କୁ ସ୍ଵତନ୍ତ୍ର ଦାୟିତ୍ୱ l

ସତ୍ୟଶିଖା ୨୯ .୦୮.୨୦୨୦ :  ରାଜ୍ୟରେ ମମ୍ଭାବ୍ୟ ବନ୍ୟା ପ୍ରଭାବରେ ଯେପରି ଭାବେ ସାଧାରଣଲୋକଙ୍କ ଧନଜୀବନ ନଷ୍ଟ ନ ହେବ ସେ ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱlରୋପ କରିଛନ୍ତି । ବନ୍ୟା ପରିଚାଳନା ନିମନ୍ତେ 6 ଜଣ ପ୍ରଶାସନିକ ଅଧିକାରୀଙ୍କୁ ସ୍ଵତନ୍ତ୍ର ଦାୟିତ୍ୱ ଦିଆଯାଇଛି ।

ପ୍ରାକୃତିକ ବିପର୍ୟ୍ୟୟ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ଆଜି ୬ ଜଣ ବରିଷ୍ଠ ଅଧିକାରୀଙ୍କୁ ୬ ଟି ଜିଲ୍ଲାର ଦାୟିତ୍ୱ ଦେଇଛନ୍ତି । ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ଦାୟିତ୍ୱ ଦିଆଯାଇଥିବାବେଳେ , ଡି.କେ ସିଂହଙ୍କୁ -କଟକ ଜିଲ୍ଲା ଦାୟିତ୍ୱ , ବିଶାଳ ଦେବଙ୍କୁ-ବାଲେଶ୍ୱର ଜିଲ୍ଲା ଦାୟିତ୍ୱ , ବିଷ୍ଣୁପଦ ସେଠୀଙ୍କୁ- ଭଦ୍ରକ ଜିଲ୍ଲା ଦାୟିତ୍ୱ , ଭ.କେ ଯାଦବଙ୍କୁ- ଯାଜପୁର ଜିଲ୍ଲା ଦାୟିତ୍ୱ ଓ ସତ୍ୟବ୍ରତ ସାହୁଙ୍କୁ ଜଗତସିଂହପୁର ଜିଲ୍ଲାର ଦାୟିତ୍ୱ ଦିଆଯାଇଛି । ଏହି ୬ ଜଣ ବରିଷ୍ଠ ଆଇଏଏସ ଅଧିକାରୀ ଏହିସବୁ ଜିଲ୍ଲାରେ ରହି ବନ୍ୟା ମୁକାବିଲା ଓ ପରିଚାଳନା କରିବେ ।

Show More
Back to top button