ସତ୍ୟଶିଖା ( କୋଣାର୍କ ) ୨୯ /୧୧ /୨୦୨୧: ଡିସେମ୍ବର ୧ ରୁ ୫ ତାରିଖ କୋଣାର୍କ ଉତ୍ସବ ଓ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ନିମନ୍ତେ ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଟୁର ବ୍ୟବସ୍ଥା ହୋଇଛି । ପ୍ରତିଦିନ ସନ୍ଧ୍ୟା ୬ ଟାରୁ ରାତି ୮ଟା ୩୦ ପର୍ଯ୍ୟନ୍ତ ଶାସ୍ତ୍ରୀୟ ନୃତ୍ୟ, ଚନ୍ଦ୍ରଭାଗା ବେଳାଭୂମିରେ ସକାଳ ୯ ଟାରୁ ରାତି ୯ଟା ପର୍ଯ୍ୟନ୍ତ ବାଲୁକା କଳା ପ୍ରଦର୍ଶନକୁ ଉପଭୋଗ କରିବା ପାଇଁ ଏହି ଟୁର ବ୍ୟବସ୍ଥା ହୋଇଛି । ଉତ୍ସବ ସମୟରେ ଦୈନିକ ଭୁବନେଶ୍ୱର ଓ ପୁରୀରୁ ସ୍ୱତନ୍ତ୍ର ଏସି ବସ ଚାଲିବ । ଏହି ବସ ଅପରାହ୍ନ ୨ଟା ୩୦ ରୁ ବାହାରି ରାତ୍ର ୧୧ଟାରେ ଫେରିବ ।
ଦିନିକିଆ ଟୁରରେ ଭୁବନେଶ୍ୱରରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଜଣ ପ୍ରତି ୧୪୩୦ ଟଙ୍କା ପଡ଼ିବ । ଦିନିକିଆ ଟୁରରେ ପୁରୀରୁ ଆସୁଥିବା ପର୍ଯ୍ୟଟକଙ୍କ ନିମନ୍ତେ ଜଣ ପ୍ରତି ୧୧୧୫ ଟଙ୍କା ରହିଛି । ସମସ୍ତ ଦରରେ ଜିଏସଟି ଲାଗୁ ହୋଇଛି ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ ସୂଚନା ମିଳିଛି ।