ସତ୍ୟଶିଖା (ଭୁବନେଶ୍ୱର) ୦୯/୧୨/୨୦୨୦ : ଉଚ୍ଚମାନର ଚଳଚ୍ଚିତ୍ର ନିର୍ମାଣ କରି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଓଡିଶା ପାଇଁ ଅନେକ ସମ୍ମାନ ଓ ସ୍ୱୀକୃତି ଆଣିଦେଇଥିବା ଅକ୍ଷୟ ପରିଜା ପ୍ରଡକ୍ସନକୁ ଆଉ ଏକ ବଡ ସଫଳତା ମିଳିଛି । ୯ମ ମୁମ୍ବାଇ ଅନ୍ତର୍ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବରେ ଅକ୍ଷୟ ପରିଜା ପ୍ରଡକ୍ସନ ଦ୍ୱାରା ନିର୍ମିତ ‘ପାଇକ ବିଦ୍ରୋହ’ ସ୍ୱତନ୍ତ୍ର ଜୁରି ପୁରସ୍କାର ହାସଲ କରିଛି । ଭାରତୀୟ ପ୍ରଥମ ମୁକ୍ତି ସଂଗ୍ରାମର ମାନ୍ୟତା ଲାଭ କରିଥିବା ୧୮୧୭ର ପାଇକ ବିଦ୍ରୋହ ଉପରେ ଏହା ଆଧାରିତ । ପାଇକ ବିଦ୍ରୋହର କାହାଣୀକୁ ଏହି ଚିତ୍ରରେ ଚମତ୍କାର ରୂପ ଦିଆଯାଇଛି । ଅକ୍ଷୟ ପରିଜାଙ୍କ ପ୍ରଯୋଜିତ ଏହି ଐତିହାସିକ ଚଳଚ୍ଚିତ୍ରରେ ମନୋଜ ମିଶ୍ର ଜୟୀ ରାଜଗୁରୁ ଏବଂ ସମରେଶ ରାଉତରାୟ ବକ୍ସି ଜଗବନ୍ଧୁ ଭୂମିକାରେ ଅଭିନୟ କରିଛନ୍ତି । ନିର୍ଦ୍ଦେଶନା ଦେଇଛନ୍ତି ନିଶ୍ଚୟ ରାଉତ ଓ ଅନୁଜ ତ୍ୟାଗୀ ।
‘ପାଇକ ବିଦ୍ରୋହ’କୁ ସ୍ୱତନ୍ତ୍ର ଜୁରି ପୁରସ୍କାର
