
ସତ୍ୟଶିଖା (ଦୁବାଇ) ୨୫/୧୧/୨୦୨୦ : ଭାରତୀୟ ଅଧିନାୟକ ବିରାଟ କୋହଲି, ରବିଚନ୍ଦ୍ରନ ଅଶ୍ବିନ ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦ୍ବାରା ଘୋଷିତ ଦଶନ୍ଧିର ଶ୍ରେଷ୍ଠ ପୁରୁଷ ଖେଳାଳି ମନୋନୟନ ତାଲିକାରେ ସ୍ଥାନ ପାଇଛନ୍ତି । ଆଇସିସି ଦ୍ବାରା ଘୋଷିତ ୫ଟି ପୁରୁଷ ବର୍ଗ (ଟି-୨୦, ଦିନିକିଆ, ଟେଷ୍ଟ୍, ଶ୍ରେଷ୍ଠ ଏବଂ ସ୍ପିରିଟ ଅଫ୍ କ୍ରିକେଟ୍) ମନୋନୟନରେ କୋହଲିଙ୍କ ନାମ ରହିଛି । କୋହଲିଙ୍କ ସହ ରୋହିତ ଶର୍ମା ଟି-୨୦ ଓ ଦିନିକିଆ ଏବଂ ମହେନ୍ଦ୍ର ସିଂହ ଦିନିକିଆ ଓ ସ୍ପିରିଟ ଅଫ୍ କ୍ରିକେଟ୍ ପୁରସ୍କାର ଦୌଡ଼ରେ ରହିଛନ୍ତି । ମହିଳାରେ ୨ ଜଣ ଭାରତୀୟ ମିତାଲି ରାଜ ଓ ଝୁଲଣ ଗୋସ୍ବାମୀ ରହିଛନ୍ତି । ମିତାଲି ଉଭୟ ଶ୍ରେଷ୍ଠ ଓ ଦିନିକିଆରେ ଓ ଝୁଲଣ କେବଳ ଦିନିକିଆ ତାଲିକାରେ ରହିଛନ୍ତି । ମଙ୍ଗଳବାର ଆଇସିସି ନିଜ ୱେବସାଇଟ୍ରେ ପୁରସ୍କାର ମନୋନୟନ ତାଲିକା ପ୍ରକାଶ କରାଯାଇଛି । ସର୍ବାଧିକ ଭୋଟ ପାଇଥିବା ଖେଳାଳି ହିଁ ଶେଷରେ ବିଜେତା ଘୋଷିତ ହେବେ ।ଶ୍ରେଷ୍ଠ ପୁରୁଷ ଖେଳାଳି: ବିରାଟ କୋହଲି, ରବିଚନ୍ଦ୍ରନ ଅଶ୍ବିନ (ଭାରତ), ଜୋ ରୁଟ୍ (ଇଂଲଣ୍ଡ), କେନ ୱିଲିୟମସନ (ନ୍ୟୁଜିଲାଣ୍ଡ), ଷ୍ଟିଭ ସ୍ମିଥ (ଅଷ୍ଟ୍ରେଲିଆ), ଏବି ଡି’ଭିଲିୟର୍ସ (ଦକ୍ଷିଣ ଆଫ୍ରିକା) ଏବଂ କୁମାର ସାଙ୍ଗାକାରା (ଶ୍ରୀଲଙ୍କା) ।
ଶ୍ରେଷ୍ଠ ଟେଷ୍ଟ୍ ଖେଳାଳି: କୋହଲି, ରୁଟ୍, ୱିଲିୟମସନ୍, ସ୍ମିଥ୍, ଜେମ୍ସ ଆଣ୍ଡରସନ୍ (ଇଂଲଣ୍ଡ), ରଙ୍ଗନା ହେରାଥ (ଶ୍ରୀଲଙ୍କା) ଓ ୟାସିର ଶାହ (ପାକିସ୍ତାନ) ।
ଶ୍ରେଷ୍ଠ ଦିନିକିଆ ଖେଳାଳି: କୋହଲି, ଲସିତ ମାଲିଙ୍ଗା (ଶ୍ରୀଲଙ୍କା), ମିଚେଲ ଷ୍ଟାର୍କ (ଅଷ୍ଟ୍ରେଲିଆ), ଡି’ଭିଲିୟର୍ସ, ରୋହିତ ଶର୍ମା (ଭାରତ), ମହେନ୍ଦ୍ର ସିଂହ ଧୋନି (ଭାରତ) ଏବଂ ସାଙ୍ଗାକାରା ।
ଶ୍ରେଷ୍ଠ ଟି-୨୦ ଖେଳାଳି: ରସିଦ ଖାନ (ଆଫଗାନିସ୍ଥାନ), କୋହଲି, ରୋହିତ, ଇମ୍ରାନ ତାହିର (ଦକ୍ଷିଣ ଆଫ୍ରିକା), ଆରୋନ ଫିଞ୍ଚ (ଅଷ୍ଟ୍ରେଲିଆ), ମାଲିଙ୍ଗା, କ୍ରିସ ଗେଲ୍ (ୱେଷ୍ଟଇଣ୍ଡିଜ) ।
ଶ୍ରେଷ୍ଠ ମହିଳା ଖେଳାଳି: ଏଲିସ ପେରି, ମେଗ ଲାନିଂ (ଅଷ୍ଟ୍ରେଲିଆ), ସୁଜି ବେଟ୍ସ (ନ୍ୟୁଜିଲାଣ୍ଡ), ଷ୍ଟିଫାନି ଟେଲର (ୱେଷ୍ଟ୍ଇଣ୍ଡିଜ), ମିତାଲି ରାଜ (ଭାରତ) ଓ ସାରା ଟେଲର (ଇଂଲଣ୍ଡ) ।ଶ୍ରେଷ୍ଠ ଦିନିକିଆ ମହିଳା ଖେଳାଳି: ଲାନିଂ, ପେରି, ମିତାଲି, ବେଟ୍ସ, ଟେଲର ଓ ଝୁଲଣ ଗୋସ୍ବାମୀ (ଭାରତ) ।
ଶ୍ରେଷ୍ଠ ଟି-୨୦ ମହିଳା ଖେଳାଳି: ଲାନିଂ, ସୋଫି ଦେବୀନେ, ଏଲିସ ପେରି, ଦେନ୍ଦ୍ରା ଡଟିନ, ଆଲିସା ହିଲି ଓ ଅନ୍ୟା ଶ୍ରୁବସୋଲ ।
ଆଇସିସି ସ୍ପିରିଟ ଅଫ୍ କ୍ରିକେଟ୍ ପୁରସ୍କାର: କୋହଲି, ୱିଲିୟମସନ, ବ୍ରେଣ୍ଡନ ମ୍ୟାକଲମ (ନ୍ୟୁଜିଲାଣ୍ଡ), ମିସବା-ଉଲ-ହକ (ପାକିସ୍ତାନ), ଧୋନି, ଶ୍ରୁବସୋଲ, କାଥେରିନ ବ୍ରୁଣ୍ଟ (ଇଂଲଣ୍ଡ), ମାହେଲା ଜୟବର୍ଧନେ (ଶ୍ରୀଲଙ୍କା), ଡାନିଏଲ ଭିଟୋରି (ନ୍ୟୁଜିଲାଣ୍ଡ) ।