ଅପରାଧରାଜ୍ୟ

ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା : ମୁହଁ ଖୋଲୁ ନାହାନ୍ତି ପ୍ରତ୍ୟେକ୍ଷଦର୍ଶୀ ACF ଭାସ୍କର ରାଓ

ସତ୍ୟଶିଖା(ଭୁବନେଶ୍ୱର )୮.୦୯ .୨୦୨୧: ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲାରେ ମୁହଁ ଖୋଲୁ ନାହାନ୍ତି ACF ଭାସ୍କର ରାଓ ।  କ୍ୟାମେରା ଦେଖିଲେ ସୌମ୍ୟଙ୍କ ବିଷୟରେ କିଛି କହିବେନି କହିବା ସହ ମୁଁହ ବୁଲେଇ ଦେଇ ଚାଲିଯାଉଛନ୍ତି ACF ଭାସ୍କର ରାଓ।

ବିଦ୍ୟାଭାରତୀଙ୍କ ବିଷୟରେ ହେଉ କି ସୌମ୍ୟଙ୍କ ମୃତ୍ୟୁ ବେଳେ କଣ ଘଟିଥିଲା ପ୍ରଶ୍ନରେ ଭାସ୍କର ରାଓଙ୍କ ଗୋଟିଏ ଉତର ଦେଉଛନ୍ତି ‘ମୁଁ କିଛି କହିବି ନାହିଁ` ଯାହା କହିବା କଥା ପୋଲିସ ଓ କ୍ରାଇମବ୍ରାଞ୍ଚକୁ କହିସାରିଛି। ମୋତେ `ବାଧ୍ୟ କରନ୍ତୁ ନି କି ସେ ଘଟଣାରେ ମୋତେ ଫସାନ୍ତୁନି ।

ACF ସୌମ୍ୟଙ୍କର ଅତି ଘନିଷ୍ଠ ଥିଲେ ଭାସ୍କର। ଏତେ ଘନିଷ୍ଠ ଥିଲେ ଯେ ବିଦ୍ୟାଭାରତୀ ଭାସ୍କରଙ୍କୁ ରୋଷେଇ କରି ଖାଇବାକୁ ଦେଉଥିଲ॥ ରୋଷେୟା ମନ୍ମଥ କାମ୍ବୋ ମଧ୍ୟ ଗୋଟିଏ ସ୍ଥାନରେ ACF ଭାସ୍କର ରାଓ ଓ ACF ସୌମ୍ୟଙ୍କ ପାଇଁ ଏକା ସ୍ଥାନରେ ରୋଷେଇ କରୁଥିଲେ। ACF ସୌମ୍ୟ ରଞ୍ଜନଙ୍କ ସରକାରୀ କ୍ବାଟର ସାମ୍ନାରେ ରହୁଥିଲେ ଭାସ୍କର ରାଓ।

ସୌମ୍ୟଙ୍କ ମୃତ୍ୟୁ ସମୟରେ ଭାସ୍କର ରାଓ ଥିଲେ ପ୍ରତ୍ୟେକ୍ଷ ଦର୍ଶୀ।  ରୋଷେୟା ମନ୍ମଥ କାମ୍ବୋ ପ୍ରଥମେ ସୌମ୍ୟ ପୋଡି ଯାଉଥିବା ସମୟରେ ACF ଭାସ୍କରଙ୍କୁ ଡାକିଥିଲେ । ACF ଭାସ୍କର ରାଓ ପ୍ରଥମେ DFO ସଂଗ୍ରାମ ବେହେରାଙ୍କୁ ଫୋନ କରିଥିଲେ। ସୌମ୍ୟଙ୍କ ମୃତ୍ୟୁ ପରଠୁ DFOଙ୍କ କାର୍ଯ୍ୟାଳୟରୁ ଗାଏବ ଥିଲେ ଭାସ୍କର ।

ସୌମ୍ୟଙ୍କ ଘର ସାମନାରେ ଥିବା କ୍ଵାଟର ଛାଡି ରେଞ୍ଜ ଅଫିସ ପରିସରରେ ଥିବା ଗେଷ୍ଟ ହାଉସ ରେ ରହୁଛନ୍ତି ACF ଭାସ୍କର ରାଓ । ସୌମ୍ୟଙ୍କ ମୃତ୍ୟୁ ସମୟରେ ଭାସ୍କର ରାଓ ଥିଲେ ପ୍ରତ୍ୟେକ୍ଷଦର୍ଶୀ।

Show More
Back to top button