ସତ୍ୟଶିଖା (ପାଟନା) ୨୮/୧୦/୨୦୨୦ : ବିହାରରେ ଆଜି, ଅକ୍ଟୋବର ୨୮ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି । ମତଦାନ କେନ୍ଦ୍ରରେ ଲୋକେ ସକାଳୁ ଭୋଟ ଦେବା ପାଇଁ ଛିଡା ହୋଇଛନ୍ତି । ତମାମ ନେତା ଲୋକଙ୍କୁ ବଢ଼େଇଚଢେଇ ମତଦାନ ପାଇଁ ଅପିଲ କରିଛନ୍ତି । ଏମିତି ସ୍ଥିତିରେ ବଲିଉଡ ଅଭିନେତା ସୋନୁ ସୁଦ ମଧ୍ୟ ଜନତାଙ୍କୁ ଏକ ଅପିଲ କରିଛନ୍ତି । ମତଦାନରେ ସେ ଆଙ୍ଗୁଠି ବ୍ୟବହାର ନ କରି ନିଜ ବୁଦ୍ଧି ଖଟାଇ ମତଦାନ କରିବାକୁ ଜନତାଙ୍କୁ ଅପିଲ କରିଛନ୍ତି । ଏହାସହ ସେ ବିହାରରୁ ପଳାୟନ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି ।
ସୂଚନାଯୋଗ୍ୟ ଯେ ବଲିଉଡ୍ ଅଭିନେତା ସୋନୁ ସୁଦ୍ ଲକଡାଉନ୍ ସମୟରେ ଅନେକ ଲୋକଙ୍କୁ ସାହାଯ୍ୟ କରିଛନ୍ତି । ଚଳିତ ବର୍ଷ ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ଦୁର୍ଗା ପୂଜା ସମିତି ନିଜ ପୂଜା ମଣ୍ଡପରେ ସୋନୁଙ୍କ ଷ୍ଟାଚ୍ୟୁ ଲଗାଇଥିଲା । ଆବଶ୍ୟକୀୟ ଲୋକଙ୍କୁ ସାହାଯ୍ୟ କରିବାକୁ ଲୋକେ ତାଙ୍କ ଠାରୁ ପ୍ରେରଣା ପାଇବେ ବୋଲି ସମିତି ସୋନୁଙ୍କ ଷ୍ଟାଚ୍ୟୁ ସ୍ଥାପନା କରିଛି ବୋଲି ସମିତି ସଭ୍ୟ କହିଛନ୍ତି ।