ନ୍ୟୁଜ୍ଭିଡିଓସିନେମା

ଟୁଇଟର ମାତ୍ର ୧୦ ଦିନ ମଧ୍ୟରେ ସହାୟତାର ହାତ ବଢାଇଲେ ସୋନୁ l

ସତ୍ୟଶିଖା ୧୨ .୦୯.୨୦୨୦ :  ନିଜ ବାନ୍ଧବୀ ଲିପ୍ସାଙ୍କ ପାଇଁ ସିନେ ତାରକା ସୋନୁ ସୁଦଙ୍କୁ ସମ୍ବଲପୁରର ଛବିରାଣୀ ଏହି ଟୁଇଟ କରିଥିଲେ । ଟୁଇଟ ମାତ୍ର ୧୦ ଦିନ ମଧ୍ୟରେ ଲିପ୍ସାଙ୍କୁ ସୋନ ସୁଦ ଦେଇଛନ୍ତି ଏକ ସ୍ମାର୍ଟଫୋନ୍ । ଯୁବ ନେତା ସଂଜିତ ମହାନ୍ତି ଏବଂ ମିଲନ ହୋତାଙ୍କ ସହାୟତାରେ ସ୍ମାର୍ଟ ଫୋନଟି ଲିପ୍ସାଙ୍କ ଘରେ ପହଞ୍ଚିଛି ।

“ମୋ ବାନ୍ଧବୀ ଜଣେ ମେଧାବୀ ଛାତ୍ରୀ । ସେ ମାଟ୍ରିକ ପରୀକ୍ଷାରେ ୯୦.୬ ପ୍ରତିଶତ ଓ ଯୁକ୍ତ ଦୁଇ ପରୀକ୍ଷାରେ ୯୩ ପ୍ରତିଶତ ରଖିଛନ୍ତି । ତାଙ୍କ ବାପା ଜଣେ ଅଟୋରିକ୍ସା ଚାଳକ । ଆପଣ ଜାଣନ୍ତି କରୋନା ଯୋଗୁଁ କିଭଳି ଅବସ୍ଥା ହୋଇଛି । ସେ ନିଟ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି । ତାଙ୍କର ଅନ୍ଲାଇନ୍ ପଢ଼ିବା ପାଇଁ ସହାୟତା କରନ୍ତୁ ।”

“କାମ ଦେଲା ବାନ୍ଧବୀଙ୍କ ଟୁଇଟ୍, ଛାତ୍ରୀଙ୍କୁ ସ୍ମାର୍ଟ ଫୋନ୍ ଦେଲେ ସୋନୁ ସୁଦ: ନିଜ ବାନ୍ଧବୀ ଲିପ୍ସାଙ୍କ ପାଇଁ ସୋନୁ ସୁଦଙ୍କୁ ନିବେଦନ କଲେ ସମ୍ବଲପୁରର ଛବିରାଣୀ”

ସୂଚନା ଅନୁଯାୟୀ, ସମ୍ବଲପୁର କ୍ଷେତରାଜପୁର ଚନ୍ଦନନଗରର ଲିପ୍ସାଙ୍କ ପାଇଁ ତାଙ୍କ ବାନ୍ଧବୀ ଛବିରାଣୀ ସେପ୍ଟେମ୍ବର ୧ ତାରିଖରେ ସୋନୁ ସୁଦଙ୍କୁ ଏକ ଟୁଇଟ କରିଥିଲେ । ଏହାକୁ ଅନେକ ରିଟ୍ବିଟ ମଧ୍ୟ କରିଛନ୍ତି । କିଛି ଦିନ ପରେ ସୋନୁଙ୍କ ଟିମ୍ର ସଦସ୍ୟ କରନ ବିଲହୋତ୍ରା ଛବିଙ୍କୁ ଲିପ୍ସାଙ୍କ ବିଷୟରେ ପଚାରିଥିଲେ । ଛବି ଲିପ୍ସା ବିଷୟରେ ବିସ୍ତୃତ ଭାବରେ ଜଣାଇବା ସହିତ ତାଙ୍କର ଯୋଗାଯୋଗ ନମ୍ବର ମଧ୍ୟ ଦେଇଥିଲେ । ଏହା ସହିତ ସୋନୁ ସୁଦଙ୍କ କାର୍ୟ୍ୟାଳୟ ପକ୍ଷରୁ ବିଜେଡିର ଯୁବନେତା ସଂଜିତ ମହାନ୍ତିଙ୍କୁ ଯୋଗାଯୋଗ କରାଯାଇଥିଲା, ଲିପ୍ସାଙ୍କ ବିଷୟରେ ବୁଝାବୁଝି କରନ୍ତୁ । ଯଦି ପ୍ରକୃତରେ ତାଙ୍କର ସ୍ମାର୍ଟ ଫୋନର ଆବଶ୍ୟକତା ରହିଛି, ଆପଣ ପ୍ରଦାନ କରନ୍ତୁ ।

ପରବର୍ତ୍ତୀ ସମୟରେ ଆମେ ଆପଣଙ୍କୁ ଟଙ୍କା ପଠାଇଦେବୁ । ସଂଜିତ ନିଜ ବ୍ୟକ୍ତିଗତ ସ୍ତରରେ ପଚରାଉଚୁରା ପରେ ଜାଣିବାକୁ ପାଇଥିଲେ, ଲିପ୍ସା ପୂର୍ବରୁ ଗୁରୁନାନକ ସ୍କୁଲରେ ପଢୁଥିବା ଜଣେ ମେଧାବୀ ଛାତ୍ରୀ । ତାଙ୍କ ବାପା ଜଣେ ଅଟୋରିକ୍ସା ଚାଳକ। କରୋନା ସ୍ଥିତି ଯୋଗୁଁ ତାଙ୍କ ଆର୍ଥିକ ସ୍ଥିତି ପ୍ରଭାବିତ ହୋଇଛି । ତେଣୁ ସେ ନିଜେ ସ୍ମାର୍ଟ ଫୋନ କ୍ରୟ କରି ନିଜ ସହଯୋଗୀ ମିଲନ, ରକ୍ଷନ୍ଦା ଏବଂ ସୁମିତଙ୍କ ଜରିଆରେ ଲିପ୍ସାଙ୍କୁ ସ୍ମାର୍ଟଫୋନ ଦେଇଛନ୍ତି । ଫୋନ ପ୍ରଦାନ ପରେ ସୋନୁ ସୁଦଙ୍କ ଟିମ୍ ଜଣେ ସଦସ୍ୟ ଲିପ୍ସାଙ୍କ ସହିତ ଭିଡିଓ କଲ୍ କରି କଥା ହୋଇଥିଲେ । ଖୁବଶୀଘ୍ର ସୋନୁ ମଧ୍ୟ ତାଙ୍କ ସହିତ କଥା ହେବେ ବୋଲି କହିଛନ୍ତି ।

Show More
Back to top button