ଦେଶନ୍ୟୁଜ୍ରାଜନୀତି

ସୋନିଆ ଗାନ୍ଧୀ ଡକାଇଲେ ଉଚ୍ଚସ୍ତରୀୟ ବୈଠକ

ସତ୍ୟଶିଖା( ନୂଆଦିଲ୍ଲୀ )୧୬.୦୪.୨୦୨୨ : କଂଗ୍ରେସ ଡକାଇଲା ଉଚ୍ଚସ୍ତରୀୟ ବୈଠକ । ଆଜି (ଶନିବାର) ସୋନିଆ ଗାନ୍ଧୀ ନିଜ ବାସଭବନରେ ଏହି ବୈଠକ ଡାକିଥିବା ସୂଚନା ମିଳିଛି । ବୈଠକରେ ବରିଷ୍ଠ ନେତାମାନେ ସାମିଲ ହୋଇଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ରାଜନୈତିକ ସ୍ଥିତି ସହିତ ଆଗାମୀ ବିଧାନସଭା ନିର୍ବାଚନ ଉପରେ ବୈଠକରେ ଆଲୋଚନା କରାଯିବ। ବୈଠକରେ ସୋନିଆ ଗାନ୍ଧୀ ଯୋଗ ଦେଇ ନଥିବାବେଳେ ପ୍ରଶାନ୍ତ କିଶୋରଙ୍କୁ ଡକାଯାଇଛି । ତେବେ ରାହୁଲ ଗାନ୍ଧୀ ଉପସ୍ଥିତ ରହିଛନ୍ତି । ଅନ୍ୟପଟେ ମଲ୍ଲିକାର୍ଜୁନ ଖଡଗେ, ଏ.କେ ଆଣ୍ଟୋନି, ଅମ୍ବିକା ସୋନି, ଜୟରାମ ରମେଶ, ମୁକୁଲ ବାସନିକ, ଦିଗବିଜୟ ସିଂ ଏବଂ ଅଜୟ ମାକେନଙ୍କ ଭଳି ବରିଷ୍ଠ ନେତାମାନେ ମଧ୍ୟ ଯୋଗ ଦେଇଛନ୍ତି।

ଦେଖିବାକୁ ଗଲେ କଂଗ୍ରେସର ପ୍ରଦର୍ଶନ ଧିରେଧିରେ ମଳିନ ପଡ଼ିବାକୁ ଲାଗିଲାଣି । ଚଳିତ ବର୍ଷ 5 ରାଜ୍ୟର ବିଧାନସଭା ନିର୍ବାଚନର କଂଗ୍ରେସର ନୈରାଶ୍ୟ ଜନକ ପ୍ରଦର୍ଶନ ଦଳକୁ ସଙ୍କଟ ଦିଗରେ ନେଇଯାଇଛି । କୁହାଯାଉଛି ଯେ ଦଳକୁ ଅକ୍ଷୁର୍ଣ୍ଣ ଏବଂ ପୁନଃ ମଜବୁତ କରିବା ପାଇଁ ଉଚ୍ଚସ୍ତରୀୟ ବୈଠକ ଡକାଯାଇଛି । ଗୁଜୁରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ କଂଗ୍ରେସର ଭୂମିକା ଗୁରୁତ୍ବପୂର୍ଣ୍ଣ ହେବ ବୋଲି ଆକଳନ କରାଯାଉଛି। ଅନ୍ୟପଟେ 2024 ଲୋକସଭା ନିର୍ବାଚନ ପାଇଁ ଦଳ ଏବେଠୁ ରଣନୀତି ପ୍ରସ୍ତୁତ କରୁଥିବା ଚର୍ଚ୍ଚା ଜୋର ଧରିଛି।

Show More
Back to top button