ସତ୍ୟଶିଖା (ନୂଆଦିଲ୍ଲୀ) ୨୩/୧୧/୨୦୨୦ : ଭାରତର ଜଣେ ସୁଦକ୍ଷ ରାଜନେତା, ଲେଖକ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ଏବେ ସେ ଦୁନିଆରେ ନାହାଁନ୍ତି ସତ କିନ୍ତୁ ତାଙ୍କର ଜୀବନୀ ଓ ବ୍ୟକ୍ତିତ୍ୱ ସମସ୍ତଙ୍କ ପାଇଁ ଉଦାହରଣ ସଦୃଶ । ସେ ଆଜନ୍ମ ଅବିବାହିତ ରହିଥିଲେ । ଅର୍ଥାତ ସେ ବିବାହ କରିନାହାଁନ୍ତି । କିନ୍ତୁ ତାଙ୍କର ଜଣେ ସହପାଠିନୀଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏଥିରେ ବାଧକ ସାଜିଥିଲା ଆରଏସଏସ । ତେଣୁ ବାଜପେୟୀଙ୍କୁ ଆରଏସଏସର କୋର୍ ଗ୍ରୁପରୁ ଅଲଗା କରି ରଖାଯାଇଥିଲା । ଭାରତର ଏହି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ଏପରି ଚର୍ଚ୍ଚିତ ବିଷୟ ଉଲ୍ଲେଖ ହୋଇଛି ବିଶିଷ୍ଟ ଲେଖକ ତଥା ରାଜନୈତିକ ଲେଖକ ବିନୟ ସୀତାପତିଙ୍କ ପୁସ୍ତକ ‘ଯୁଗଳବନ୍ଦୀ- ଦି ବିଜେପି ବିଫୋର ମୋଦୀ’ ରେ । ଟାଇମ୍ସ ଅଫ୍ ଇଣ୍ଡିଆ ପୋର୍ଟାଲରେ ଏ ବାବଦରେ ଏକ ଖବର ପ୍ରକାଶ ପାଇବା ପରେ ଭାରତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ. ପାଲଟିଛି ।
ବାଜପେୟୀଙ୍କ ଜୀବନର କିଛି ଅକୁହା କଥା ନୂଆ ବହିରେ…..
