ହାତ କଟିଗଲେ ବା ଚେଙ୍କ ଲାଗିଲେ, ଏଥିରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପଚାର


ସତ୍ୟଶିଖା ( ଭୁବନେଶ୍ୱର ) ୦୬ /୦୯ /୨୦୨୧: ଅନେକ ସମୟରେ ପରିବା କାଟିବା କିମ୍ବା ରୋଷେଇ କରିବା ସମୟରେ ହାତ କଟି ଯାଇଥାଏ ବା ଚେଙ୍କ ଲାଗିଯାଏ । ଯାହାକି ବହୁତ୍ ଯନ୍ତ୍ରଣା ହୋଇଥାଏ । ଏଭଳି ସମସ୍ୟାର ସମ୍ମୁଖୀନ କରୁଥିଲେ, ଡାକ୍ତରଙ୍କ ପାଖକୁ ଯିବା ଆବଶ୍ୟକ । ଆଉ ଏଥିରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପଚାର ମଧ୍ୟ ରହିଛି । ଆସନ୍ତୁ ଜାଣିବା ସେ ବିଷୟରେ ।
– ଚେଙ୍କ ଲାଗିଲେ, ତାହା ଜଳାପୋଡା କରିଥାଏ । ତେବେ ଚେଙ୍କ ଲାଗିବା ସଙ୍ଗେସଙ୍ଗେ ପ୍ରଥମେ ହାତକୁ ଥଣ୍ଡା ପାଣିରେ ବୁଡାଇ ରଖିବେ । ତାପରେ ହାତକୁ ଶୁଖାଇ ଦେଶୀ ଘିଅ ବା ନଡିଆ ତେଲ ଲଗାଇବେ । ଏପରି କରିବା ଦ୍ବାରା, ଫୋଟକା ହୋଇନଥାଏ ଏବଂ ଜଳାପୋଡା କମ୍ ହୋଇଥାଏ । ଅତ୍ୟଧିକ ହୋଇଥିଲେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।
-ଆଖିରେ ମସଲା ଛିଟିକା ପଡିଗଲେ ଆଖି ଜୋରରେ ପୋଡିଥାଏ । ଏହି ସମୟରେ ଆଖିକୁ ଥଣ୍ଡା ପାଣିରେ ପ୍ରଥମେ ଧୋଇବେ । ତାପରେ ପାଣି ଜାଗା ଭିତରେ ଆଖିକୁ ଖୋଲି ବୁଡାଇ ରଖିବା ଦ୍ବାରା, ଆରାମ ଲାଗିଥାଏ । କିନ୍ତୁ ମନେ ରଖିବା ଉଚିତ୍ ଯେ, କୌଣସି ବି ମେଡିସିନ ବା ଡ୍ରପ୍ ଡାକ୍ତରଙ୍କ ବିନା ଅନୁମତିରେ ଲଗାଇବେ ନାହିଁ ।
-ପରିବା କାଟୁକାଟୁ ବା କୌଣସି କାମ କରୁ କରୁ ହାତ କଟିଗଲେ,ଏଥିପାଇଁ ପ୍ରଥମେ ଉକ୍ତ ସ୍ଥାନକୁ ଏକ କପଡା କିମ୍ବା ତୁଳାରେ ଚାପି ରଖିବା ଉଚିତ୍ । ତାପରେ ବ୍ୟାଣ୍ଡେଜ୍ ଲଗାଇ ଡାକ୍ତରଙ୍କ ନିକଟକୁ ଯାଇ ପାରିବେ ।