ଗଙ୍ଗନଗରସ୍ଥିତ ବୃନ୍ଦାବନ ପ୍ଲାଜାର କିଛି ଫ୍ଲାଟ କଣ୍ଟେନମେଣ୍ଟ ଘୋଷଣା

ସତ୍ୟଶିଖା(ଭୁବନେଶ୍ୱର) ୨୦.୦୭.୨୦୨୧:  କରୋନାକୁ ମାତ ଦେବା ପାଇଁ ତଥା କରୋନାର ମୁକାବିଲା ସରକାର ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସତ୍ତ୍ୱେ ରାଜଧାନୀରେ ସଂକ୍ରମଣ କମିବାର ନାମ ନେଉନି ।  ଏହାରି ଭିତରେ ଭୁବନେଶ୍ୱର ଗଙ୍ଗନଗର ଅଞ୍ଚଳର ଏକ ଆପାର୍ଟମେଣ୍ଟରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।  ଗଙ୍ଗନଗରସ୍ଥିତ ବୃନ୍ଦାବନ ପ୍ଲାଜାର କିଛି ଫ୍ଲାଟକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି ।  ଏକାଧିକ ସଂକ୍ରମିତ ଚିହ୍ନଟ ହେବାରୁ ବିଏମସି ପକ୍ଷରୁ କିଛି ଫ୍ଲାଟକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି ।

ଅନ୍ୟପକ୍ଷରେ ରାଜ୍ୟରେ ବର୍ତ୍ତମାନ କରୋନା ସଂକ୍ରମଣର ଗ୍ରାଫ୍‌ ତଳମୁହାଁ ହୋଇଛି। ଆକଳନ ଅନୁସାରେ ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି। କେସ ଲୋଡ୍ ଓ ସଂକ୍ରମଣ ହାରରେ ଆସୁଛି ଉନ୍ନତି। କିଛି ଜିଲ୍ଲାରେ ସଂକ୍ରମଣ ଏବେ  ପ୍ଲାଟୋ ଷ୍ଟେଜରେ ରହିଛି। ତେବେ ଏଥିପାଇଁ ଆତଙ୍କିତ ହେବାର ନାହିଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର।

ଏହା ସହ ତୃତୀୟ ଲହର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଟେଷ୍ଟିଂ, ଟ୍ରେସିଂ ଓ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି। ଟେଷ୍ଟିଂ ପାଇଁ ଲାବରେଟୋରୀ ବଢ଼ାଯାଉଛି। ସ୍ୱାସ୍ଥ୍ୟ ଭିତ୍ତିଭୂମି ଯାହା ରହିଛି, ତାକୁ ତ୍ୱରାନ୍ୱିତ କରି ତୃତୀୟ ଲହରର ମୁକାବିଲା କରାଯିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି।

 

Exit mobile version