ଦେଶବିଦେଶ

୨୪ ଘଂଟା ମଧ୍ୟରେ ପୃଥିବୀରେ ମାଡ଼ ହୋଇପାରେ ସୌରଝଡ

ସତ୍ୟଶିଖା( ୱାସିଂଟନ) ୧୩.୦୭.୨୦୨୧:  ପୃଥିବୀ ଆଡ଼କୁ ସୌର ଝଡ଼ ମାଡ଼ିଆସୁଛି  । ଘଂଟା ପ୍ରତି ୧୬୦୯୩୪୪ କିମି ବେଗରେ ସୌରଝଡ଼ ପୃଥିବୀ ଆଡ଼କୁ ଆସୁଛି  । ୨୪ ଘଂଟା ମଧ୍ୟରେ ଏହା ପୃଥିବୀ ସହ ମାଡ଼ ହେବବୋଲି ଆମେରିକାର ବୈଜ୍ଞାନିକମାନେ ଆକଳନ କରିଛନ୍ତି  ।

ଏହି ସୌର ଝଡ଼ କାରଣରୁ ସାଟେଲାଇଟ ସିଗନାଲ ବାଧାପ୍ରାପ୍ତ ହେବ  । ଯାହାର ପ୍ରଭାବ ବିମାନ ଉଡାଣ, ରେଡ଼ିଓ, କମୁ୍ୟନିକେସନ ଓ ଜଳବାୟୂ ଉପରେ ପଡ଼ିବ ବୋଲି ଆଶଙ୍କା କରାଯାଉଛି  । ସ୍ପେଶୱେଦର ଡଟ କମ ୱେବସାଇଟରେ ପ୍ରଦତ ସୂଚନା ଅନୁଯାୟୀ, ସୌରମଣ୍ଡଳରୁ ଜାତ ଏହି ଝଡ଼ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଉପରେ ପ୍ରଭାବ ପକାଇବ  । ସେହିପରି ଉତର ଓ ଦକ୍ଷିଣ ଅକ୍ଷାଂଶରେ ରହୁଥିବା ଲୋକମାନେ ରାତିରେ ସୌରମଣ୍ଡଳର ଏକ ସୁନ୍ଦର ଦୃଶ୍ୟ ଅବଲୋକନ କରିପାରିବେ  । ବିଶେଶକରି ଧ୍ରୁବତାରା ଆହୁରି ଉଜ୍ଜ୍ୱଳମୟ ହେବବୋଲି ବୈଜ୍ଞାନିକମାନେ କହିଛନ୍ତି  ।

ବର୍ତମାନ ଏହା ଘଂଟା ପ୍ରତି ୧୬ ଲକ୍ଷ କିମି ବେଗରେ ଆସୁଥିବାବେଳେ ଏହାର ବେଗ ଆହୁରି ବି ବୃଦ୍ଧି ପାଇବ  । କିନ୍ତୁ ପରେପରେ ଯଦି ଆଉ କେଉଁ ସୌର ଝଡ଼ ମାଡ଼ିଆସେ ତେବେ ବିଜୁଳି ଯୋଗାଣ ବ୍ୟାହତ ହେବାର ଆଶଙ୍କା ରହିଛି  । ଏହାଛଡ଼ା ସୌର ଝଡ଼ ପ୍ରଭାବରେ ବାହାର ବାୟୂମଣ୍ଡଳ ପ୍ରବଳ ଉଷ୍ମ ହୋଇପଡ଼ିବ । ଯାହାକି ସାଟେଲାଇଟକୁ ହିଁ ପ୍ରଭାବିତ କରିବ  । ମୋବାଇଲ ଫୋନ ସିଗନାଲ, ଜିପିଏସ ନାଭିଗେସନ, ସାଟେଲାଇଟ ଟିଭି ପ୍ରଭାବିତ ହେବ  । ପାୱାର ଲାଇନ୍ସରେ ବିଜୁଳି ତୀବ୍ର ବେଗରେ ପ୍ରଭାବିତ ହେବାର ଥିବାରୁ ଟ୍ରାନ୍ସଫର୍ମର କ୍ଷତିଗ୍ରସ୍ତ ହେବ ବୋଲି ଆଶଙ୍କା କରାଯାଉଛି  ।

୧୯୮୯ରେ ବି ସୌର ଝଡ଼ ଆସିଥିଲା  । ଯାହାର ପ୍ରଭାବରେ କାନାଡ଼ାର କୁ୍ୟବକ ସହରରେ ୧୨ ଘଂଟା ପର୍ଯ୍ୟନ୍ତ ବିଜୁଳି ଚାଲିଯାଇଥିଲା  । ସେହିପରି ୧୮୫୯ରେ ଆସିଥିବା ଚର୍ଚ୍ଚିତ ସୌର ଝଡ଼ ଯୋଗୁଁ ୟୂରୋପ ଓ ଆମେରିକାରେ ଟେଲିଗ୍ରାଫ ନେଟୱାର୍କ ଧ୍ୱଂସ ପାଇଥିଲା  ।

Show More
Back to top button