ନ୍ୟୁଜ୍ରାଜ୍ୟ

ସମାଜସେବୀ ମୃତ୍ୟୁଞ୍ଜୟ ପାଣିଗ୍ରାହୀ ଙ୍କ ର ହୃଦଘାତ ରେ ପରଲାକ l

ସତ୍ୟଶିଖା (ବାଲେଶ୍ୱର)  ୨୯/୦୧/୨୦୨୧ :  ଖଇରା ବ୍ଲକ,  ଝିଙ୍କିରିଆ ଗ୍ରାମପଂଚାୟତ ,  ଭୋଗପୁର ଗ୍ରାମର  ସମାଜସେବୀ ମୃତ୍ୟୁଞ୍ଜୟ ପାଣିଗ୍ରାହୀ  (୫୯),        ପିତା -ସ୍ବର୍ଗତ ଗୋପୀନାଥ ପାଣିଗ୍ରାହୀ  ତା -୨୭-୦୧-୨୦୧୧-ରିଖ ସନ୍ଧ୍ୟା ୮.୧୦ମିନିଟ ସମୟରେ ହୃଦଘାତ ରେ ପରଲୋକ ଘଟିଛି l ସେ ଜଣେ ମିଷ୍ଟଭାଷୀ, ପରୋପକାରୀ ମଣିଷ ଥିଲେ ଏବଂ ବିଜୁ ଜନତା ଦଳ ର ଜଣେ ସକ୍ରିୟ କର୍ମୀ ଥିଲେ l ଧବଳେଶ୍ୱର ମହାଦେବ କମିଟି ରେ ସଭାପତି ଥିଲେ l ମନ୍ଦିର ର ଉନ୍ନତିକରଣ ପାଇଁ ଦୁଇ ମାସ ହେବ ପ୍ରଚେଷ୍ଟା ଆରମ୍ଭ କରିଥିଲେ l ମୃତ୍ୟୁବେଳକୁ ତାଙ୍କ ପାଖରେ ତାଙ୍କ ସ୍ତ୍ରୀ, ଦୁଇ ଝିଅ, ପୁତୁରା ନିରଞ୍ଜନ ପାଣିଗ୍ରାହୀ,ଚିତ୍ତରଞ୍ଜନ ପାଣିଗ୍ରାହୀ, କାଁହୁ ଚରଣ ପାଣିଗ୍ରାହୀ,  ମଧୁସୂଦନ ପାଣିଗ୍ରାହୀ,  ନାତି ମୁକ୍ତିକାନ୍ତ ପାଣିଗ୍ରାହୀ  (ବାଲାଜୀ )  ଉପସ୍ଥିତ ଥିଲେ l  ତାଙ୍କ ମୃତ୍ୟୁ ରେ ଝିଙ୍କିରିଆ  ଗ୍ରାମପଂଚାୟତ,  ସାରଡାଙ୍ଗ, ମାଣିତ୍ରି, ଅଡା, ଈଶ୍ୱରପୁର, ସବଙ୍ଗ, ଡୁଙ୍ଗୁରା ଗ୍ରାମପଂଚାୟତ ରେ ଶୋକ ର ଛାୟା ଖେଳିଯାଇଛି l ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା ଓ ଅନ୍ୟାନ୍ୟ ବିଶିଷ୍ଠ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିବା ସହିତ ଶୋକ ସନ୍ତପ୍ତ ପରିବାର କୁ ଧର୍ଯ୍ୟ ଦେବାପାଇଁ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରିଥିଲେ l

Show More
Back to top button