ସତ୍ୟଶିଖା ୮.୦୯.୨୦୨୦ : ଅଭିନେତ୍ରୀ କଙ୍ଗନା ରଣାୱାତଙ୍କ ନାଁରେ ଥାନେର ଶ୍ରୀନଗର ଥାନାରେ ଏତଲା । ଶିବସେନାର ଆଇଟି ସେଲ ପକ୍ଷରୁ ଏହି ଏତଲା ଦିଆଯାଇଛି । ମୁମ୍ବାଇକୁ ପାକିସ୍ତାନ ଅଧିକୃତ କାଶ୍ମୀର ସହ ତୁଳନା କରି ଅପମାନ ଦେଇଥିବା ଦର୍ଶାଇ ତାଙ୍କ ବିରୋଧରେ ଅଭିଯୋଗ କରାଯାଇଛି । ଏଥିରେ କଙ୍ଗନା କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରାଯାଇଛି । ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ସହ କଥା କଟାକଟି ପରେ କଙ୍ଗନା ମୁମ୍ବାଇକୁ ପିଓକେ ସହ ତୁଳନା କରି ଏକ ମନ୍ତବ୍ୟ ରଖିିଥିଲେ । କହିଥିଲେ ଯାହା ଜଣାପଡୁଛି ମୁମ୍ବାଇ ଏବେ ପିଓକେ ହୋଇଗଲାଣି । କଙ୍ଗନାଙ୍କ ଏହି ବୟାନ ପରେ ବଲିଉଡର ଅନେକ କଳାକାରଙ୍କ ସମେତ ରାଜନୈତିକ ନେତାମାନେ ତାଙ୍କୁ ତୀବ୍ର ସମାଲୋଚନା କରିଥିଲେ । ଏଥିସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ ନାଁ ନନେଇ କଙ୍ଗନାଙ୍କ ଉପରେ ବର୍ଷିଛନ୍ତି ।