ସତ୍ୟଶିଖା (ଭୁବନେଶ୍ୱର) ୨୮/୧୧/୨୦୨୦ : କରୋନା ଭାଇରସ ଓ ଲକଡାଉନ୍ ପାଇଁ ବିମାନ ଯୋଗେ ସୁନା ଚୋରା ଚାଲାଣ କିଛି ମାସ ହେଲା ବନ୍ଦ ରହିଥିଲା । ଲକ୍ଡାଉନ୍ ପରେ ପ୍ରଥମଥର ପାଇଁ ଧରାପଡିଛନ୍ତି ଚୋରାରେ ସୁନା ବିସ୍କୁଟ୍ ନେଉଥିବା ଜଣେ ଯାତ୍ରୀ । ଗିରଫ ଯାତ୍ରୀ ହେଲେ ଏ ଜୈନୁଲାଦ୍ଦିନ୍ । ଭୁବନେଶ୍ୱର ବିମାନବନ୍ଦରରୁ ଏହି ସୁନା ବିସ୍କୁଟ ଚେନ୍ନାଇ ନେଉଥିବା ବେଳେ କଷ୍ଟମ ଅଫିସର ତାଙ୍କୁ କାବୁ କରିଥିଲେ । ତାଙ୍କଠାରୁ ପ୍ରାୟ ୪୦୦ ଗ୍ରାମର ସୁନା ବିସ୍କୁଟ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କଷ୍ଟମ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ନୂଆ ଢଙ୍ଗରେ ସ୍ମଗଲିଂ କାରବାର
