ରାଜ୍ୟର ୭ ଜିଲାରୁ ୧୬ ଆକ୍ରାନ୍ତ ଚିହ୍ନଟ

ସତ୍ୟଶିଖା( ଭୁବନେଶ୍ୱର )୦୬.୦୪.୨୦୨୨ : : ରାଜ୍ୟରେ ଦ୍ରୁତ ଗତିରେ ଦୈନିକ ସଂକ୍ରମଣ ହ୍ରାସ ପାଉଥିବା ବେଳେ କିଛି ଦିନ ହେବ ଆକ୍ରାନ୍ତଙ୍କ ସଂଖ୍ୟାରେ ଦୁଇ ଅଙ୍କରେ ସୀମିତ ରହୁଛି। ୨୪ ଘଣ୍ଟାରେ ଆଉ ୧୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୪,ସଙ୍ଗରୋଧରୁ ୧୦ ଓ ସ୍ଥାନୀୟ ୬। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୭,୭୭୩କୁ ବୃଦ୍ଧି ପାଇଛି। ମୋଟ ୧୨,୭୮,୩୬୭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୨୩୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୬, ସମ୍ବଲପୁର ୩, ବଲାଙ୍ଗୀର ଓ ଯାଜପୁରରୁ ୨ ଲେଖାଏଁ ,କେନ୍ଦ୍ରାପଡା,ରାୟଗଡା ଓ ସୁନ୍ଦରଗଡରୁ ୧ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Exit mobile version