ରାଜ୍ୟ
ବନ୍ଦ ହେଲା ହୀରାକୁଦର ୬ଟି ଗେଟ୍


ସତ୍ୟଶିଖା(ସମ୍ବଲପୁର:) ୩୦.୦୭.୨୦୨୧: ହୀରାକୁଦ ଡ୍ୟାମରୁ ୮ଟି ଗେଟ ଯୋଗେ ବନ୍ୟା ଜଳ ନିଷ୍କାସନ ହେଉଛି । ପୂର୍ବରୁ ୧୪ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଥିବା ବେଳେ ଶୁକ୍ରବାର ସକାଳ ମଧ୍ୟରେ ୬ଟି ଗେଟକୁ ପର୍ୟ୍ୟାୟ କ୍ରମରେ ବନ୍ଦ କରି ଦିଆଯାଇଛି ।
ଫଳରେ ବର୍ତ୍ତମାନ ହୀରାକୁଦ ଡ୍ୟାମରୁ ୮ଟି ଗେଟ ଜରିଆରେ ଜଳ ନିଷ୍କାସନ ଜାରି ରହିଛି । ଏହି ସମୟ ମଧ୍ୟରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୪.୮୯ ଫୁଟ ରହିଥିବା ବେଳେ ଜଳଭଣ୍ଡାରରକୁ ଉପର ମୁଣ୍ଡରୁ ସେକେଣ୍ଡ ପ୍ରତି ୧,୬୧,୮୩୨ କ୍ୟୁସେକ ଜଳ ପ୍ରବେଶ କରୁଛି ।ଜଳଭଣ୍ଡାରରୁ ସେକେଣ୍ଡ ପ୍ରତି ୧,୩୮,୪୯୫ କ୍ୟୁସେକ ଜଳ ନିଷ୍କାସନ ହେଉଛି । ଆଗକୁ ହୀରାକୁଦର ଉପର ମୁଣ୍ଡ ଓ ତଳ ମୁଣ୍ଡର ବର୍ଷାର ପରିମାଣ, ତଳ ମୁଣ୍ଡର ନଦୀଗୁଡିକର ଜଳସ୍ତରକୁ ଦୃଷ୍ଟିରେ ରଖି ଗେଟ ପରିଚାଳନା କରାଯିବ ବୋଲି ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।