

ସତ୍ୟଶିଖା( ଭୁବନେଶ୍ୱର )୨୧.୦୩.୨୦୨୨ : ପୁରୀ: ଜମି ବିକ୍ରିକୁ ନେଇ ପୁରୀରେ ସେବାୟତ କ୍ରୀଷ୍ଣା ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା ମାମଲାରେ ପୁଲିସ୍ ୬ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ କାଳୁ, ସନ୍ଦୀପ ଜେନା, ମୁନା ପାତ୍ର, ଦୋଳଗୋବିନ୍ଦ, କାଳିଆ ସିଂହାରୀ ରହିଥିବା ବେଳେ ତଦନ୍ତରେ ବାଧା ପାଇଁ ଅନ୍ୟମାନଙ୍କ ନାଁ ପ୍ରକାଶ କରାଯାଇ ନାହିଁ । ତେବେ ଏହି ହତ୍ୟା ମାମଲାରେ ମୋଟ୍ ୯ ଜଣ ସମ୍ପୃକ୍ତ ଥିବା ବେଳେ ଅନ୍ୟମାନଙ୍କୁ ତୁରନ୍ତ ଗିରଫ କରାଯିବ ଏବଂ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଥିବା ପୁରୀ ଏସ୍ପି ଡ. କନୱର୍ ବିଶାଲ୍ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଏସ୍ପିଙ୍କ କହିବା କଥା ମୁନା ପାତ୍ର ନିଜେ ଗୁଳିମାଡ଼ କରିଥିବା ବେଳେ କାଳୁ ଏବଂ ସନ୍ଦୀପ ସେମାନଙ୍କୁ ଖସାଇ ଦେବାକୁ ଉଦ୍ୟମ କରିଥିଲେ । ତେବେ ଗୁଳିକାଣ୍ଡ ପୂର୍ବରୁ ଦୁର୍ବୃତ୍ତମାନେ ଏକ ଲଜ୍ରେ ଏହାର ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରିଥିବା ବେଳେ ୧୬ ତାରିଖରେ ମଧ୍ୟ ହତ୍ୟା ଉଦ୍ୟମ କରିଥିଲେ । ତେବେ ଏହି ଗୁଳିକାଣ୍ଡର ମୁଖ୍ୟ ପୁରୋଧା ଦୋଳଗୋବିନ୍ଦ ଏବଂ କାଳିଆ ସିଂହାରୀ ବୋଲି ଏସ୍ପି କହିଛନ୍ତି ।