ସତ୍ୟଶିଖା (ନୂଆଦିଲ୍ଲୀ) ୨୭/୧୧/୨୦୨୦ : ଇଣ୍ଡିଆନ୍ ଆଇଡଲ୍ ରିଆଲିଟି ଶୋ’ ପୁଣି ଥରେ ନୂଆ ସିଜିନ୍ ସହିତ, ଆସିବାକୁ ଯାଉଛି । କରୋନା ମହାମାରୀ ସମୟରେ ମଧ୍ୟ ଦେଶର କୋଣ-ଅନୁକୋଣରୁ ପ୍ରତିଯୋଗୀମାନେ ପ୍ରତିଯୋଗିତାରେ ଭାଗ ନେବାକୁ ବେଶ ଉତ୍ସାହିତ ଅଛନ୍ତି । ଏଥର ପୁଣି ଥରେ, ଏହି ଶୋ’ରେ ଭାଗ ନେବାକୁ ଏମିତି ଜଣେ ପ୍ରତିଯୋଗୀ ପହଁଚିଛନ୍ତି, ଯିଏକି ଏହା ପୂର୍ବରୁ ମଧ୍ୟ ଇଣ୍ଡିଆନ୍ ଆଇଡଲ୍ ମଂଚରେ ନିଜର ପ୍ରତିଭା ପ୍ରଦର୍ଶନ କରି ସାରିଛନ୍ତି । ଇଣ୍ଡିଆନ୍ ଆଇଡଲ୍ ଜୁନିୟରରେ ନିଜର ପରିଚୟ ସୃଷ୍ଟି କରି ସମସ୍ତଙ୍କୁ ନିଜ ସ୍ୱରର ଯାଦୁରେ ଦିୱାନା କରିଥିବା ସିଙ୍ଗର, ବୈଷ୍ଣବ ଏବେ ବଡ ହୋଇଯାଇଛନ୍ତି ଏବଂ ଇଣ୍ଡିଆନ୍ ଆଇଡଲ ୨୦୨୦ରେ ଅଡିସନ୍ ଦେବାକୁ ପହଁଚିଛନ୍ତି । ତାଙ୍କୁ ଦେଖିବା ପରେ ସେଠରେ ଉପସ୍ଥିତ ଥିବା ସମସ୍ତ ଜଜ୍ ବେଶ ଖୁସି ହେଉଥିବା ନଜର ଆସୁଛନ୍ତି ।
ଭିଡିଓରେ ଏହା ମଧ୍ୟ ଦେଖିବାକୁ ମିଳୁଛି, ଅନିଲ କପୁର୍ ବୈଷ୍ଣବଙ୍କ ସାମ୍ନାରେ ନତମସ୍ତକ ହେବା ସହିତ,ସେ ଏକଥା ମଧ୍ୟ କହୁଛନ୍ତି ଯେ, ‘ଭାଇ ମୁଁ ତ ୟାଙ୍କୁ କୋଳେଇ ନେବାକୁ ଚାହୁଁଛି । ଏହା ସହିତ ଅଭିନେତା ଜନ୍ ଇବ୍ରାହିମ୍ ବୈଷ୍ଣବଙ୍କୁ ଉଠାଇ ଧରୁଥିବା ନଜର ଆସୁଛନ୍ତି । ରିଷି କପୁର ମଧ୍ୟ ତାଙ୍କୁ ଚିୟର୍ କରିବା ସହିତ, ତୁମେ ରକ୍ଷ୍ଟାର ବୋଲି କହୁଛନ୍ତି ।